ନୂଆଦିଲ୍ଲୀ,୦୭।୪(ଡ଼ି.ଏଚ ବ୍ୟୁରୋ):-ତାମିଲନାଡୁରେ ୯ଜଣ ପୁଲିସ ଅଧିକାରୀଙ୍କୁ ଫାଶି ଦଣ୍ତ। ସତନକୁଲମ ଥାନା ହାଜତରେ ବାପା-ପୁଅ ମୃତ୍ୟୁ ମାମଲାରେ ଜଣେ ଇନ୍ସପେକ୍ଟର,୨ସବ-ଇନ୍ସପେକ୍ଟର ଓ ୬ କନଷ୍ଟେବଲଙ୍କୁ ଫାଶି ଦଣ୍ତାଦେଶ ଶୁଣାଇଲେ ମଦୁରାଇ ଅତିରିକ୍ତ ଜିଲ୍ଲା ସେସନ୍ସକୋର୍ଟ। ୨୦୨୦ ମସିହାରେ କୋଭିଡ ନିୟମ ଉଲ୍ଳଂଘନ ଅଭିଯୋଗରେ ବାପା-ପୁଅ ଗିରଫ ହୋଇଥିବାବେଳେ ଥାନା ହାଜତରେ ବାପା-ପୁଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଯାହାର ପର୍ଦ୍ଦାଫସ କରିଥିଲା ସିବିଆଇ।





















