ନୂଆଦିଲ୍ଲୀ,୧୮/୩(ଡ଼ି.ଏଚ ବ୍ୟୁରୋ):- ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଓ ଆପତ୍ତିଜନକ ଫଟୋ, ଭିଡିଓ ଅପ୍ଲୋଡ କରୁଥିବା ଅଭିଯୋଗରେ (ୟୁଏଇ) ସରକାର ମୋଟ ୩୫ ଜଣଙ୍କୁ ଗିରଫ କରଛି। ପ୍ରଥମ ଦଫାରେ ୧୦ ଜଣଙ୍କୁ ଏବଂ ଦ୍ବିତୀୟ ଦଫାରେ ୨୫ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ମଧ୍ୟରେ ୧୯ ଜଣ ଭାରତୀୟ ସାମିଲ ଅଛନ୍ତି ।

















