ନୂଆଦିଲ୍ଲୀ,୦୫।୦୨(ଡ଼ି.ଏଚ ବ୍ୟୁରୋ):- ମଧ୍ୟପ୍ରଦେଶର ସାଗର ଜିଲ୍ଲା ଶାହଗଡ଼ ଥାନା ଅଞ୍ଚଳରେ ଜଣେ ମହିଳା ଷ୍ଟାଫ୍ ନର୍ସଙ୍କୁ ଗୁଳି କରି ହତ୍ୟା । ସାମୁହିକ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଜଣେ ଅଜଣା ବ୍ୟକ୍ତି ହଠାତ୍ ତାଙ୍କ ପାଖକୁ ଆସି ତାଙ୍କୁ ଗୁଳି କରିଥିଲେ। ଏବଂ ମହିଳା ଷ୍ଟାଫ୍ ନର୍ସ ଦୀପଶିଖା ଚଢାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।





















