ନୂଆଦିଲ୍ଲୀ,୨୮/୦୧((ଡ଼ି.ଏଚ ବ୍ୟୁରୋ)):-ଆସାମର ବ୍ରହ୍ମପୁତ୍ର ନଦୀରେ ଏକ ଡଙ୍ଗା ବୁଡ଼ି ଛଅ ଜଣ ନିଖୋଜ । ଏନଡିଆରଏଫ ଓ ଏସଡିଆରଏଫଙ୍କ ସହ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ୱାରା ଉଦ୍ଧାର ଜାରି ।ବାରପେଟା ଜିଲ୍ଲାର ବରିଷ୍ଠ ପୋଲିସ ଅଧିକ୍ଷକ ସୁଶାନ୍ତ ବିଶ୍ୱ ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ ଏନଡିଆରଏଫ,ଏସଡିଆରଏଫ ଦଳ ଏବଂ ପୁଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅନ୍ୟପକ୍ଷରେ, ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ ଡଙ୍ଗାରେ ଲାଇଫ ଜ୍ୟାକେଟ୍ ନଥିଲା । ନଦୀର ପ୍ରବଳ ସ୍ରୋତ ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଘଟଣାଟି ଅବହେଳା ଏବଂ ସୁରକ୍ଷା ନିୟମ ପାଳନ ଉପରେ ଗମ୍ଭୀର ଚିନ୍ତା ସୃଷ୍ଟି କରୁଛି ।ଏନଡିଆରଏଫ ଓ ଏସଡିଆରଏଫଙ୍କ ସହ ସ୍ଥାନୀୟ ମତ୍ସ୍ୟଜୀବୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି ।




















