ନୂଆଦିଲ୍ଲୀ,୨୫।୧୨(ଡ଼ି.ଏଚ ବ୍ୟୁରୋ):-ତାମିଲନାଡୁର ତିରୁଚିରାପଲ୍ଲୀ-ଚେନ୍ନାଇ ହାଇୱେରେ ନିୟନ୍ତ୍ରଣ ହରାଇ ଏସୟୁଭି ଓ କାରକୁ ପିଟିଲା ସରକାରୀ ବସ୍ । ଫଳରେ ଉଭୟ ଗାଡିରେ ଥିବା ୭ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ଦୁର୍ଘଟଣାରେ ବସଟି ଜଳିଯାଇଥିବା ସୂଚନା ମିଳିଛି । ଏବଂ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାର ବର୍ଗକୁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।






















