ଭୁବନେଶ୍ୱର,୨୫/୦୨(ଡ଼ି.ଏଚ ବ୍ୟୁରୋ):- ଭୁବନେଶ୍ୱର ଭିଜିଲାନ୍ସ ଜାଲରେ କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି l କୋଇଲା ବିକ୍ରେତାଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ବିଭାଗର ଚଢାଉ ବେଳେତାଙ୍କ ପଟିଆ ସ୍ଥିତ ଫ୍ଲାଟରୁ ଏକ ଟ୍ରଲି ବ୍ୟାଗ ଏବଂ ଆଲମିରାରେ ଲୁଚାଇ ରଖାଯାଇଥିବା ୪କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ଏଥିସହ ଅନ୍ୟ ସମ୍ପତ୍ତି ଗୁଡିକର ମଧ୍ୟ ଠାବ କରୁଛି ଭିଜିଲାନ୍ସ ।



















