ନୂଆଦିଲ୍ଲୀ,୧୭/ ୧୨(ଡ଼ି.ଏଚ ବ୍ୟୁରୋ):-ଉତ୍ତର ପ୍ରଦେଶ ମଥୁରା ସହରରେ ଭୟଙ୍କର ସଡକ ଦୁର୍ଘଟଣା l ସ୍ଥାନୀୟ ଦିଲ୍ଲୀ-ଆଗ୍ରା ଯମୁନା ଏକ୍ସପ୍ରେସୱେରେ ଘନ କୁହୁଡି ଯୋଗୁଁ ୮ଟି ବସ୍ ଓ ୩ଟି କାର୍ ପରସ୍ପର ସହ ଧକ୍କା ହେବାଫଳରେ ୧୩ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏବଂ ୨୫ ଜଣଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଫଳରେ ସ୍ଥାନୀୟ ପ୍ରଶାସନ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ପ୍ରତ୍ୟେକ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଛି।






















