ADVERTISEMENT
Home Uncategorized ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାର ରହସ୍ୟ ଉନ୍ମୋଚନ ହୋଇଛି।

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାର ରହସ୍ୟ ଉନ୍ମୋଚନ ହୋଇଛି।

61
ADVERTISEMENT

ବ୍ରହ୍ମପୁର,୨୩/୧୦(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁରର ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାର ରହସ୍ୟ ଉନ୍ମୋଚନ ହୋଇଛି। ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଏହି ହତ୍ୟା ଘଟଣାରେ ପୁଲିସ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାଶ ଓରଫ୍ ପିଣ୍ଟୁ(୪୯), ୪୧ ନଂ ୱାର୍ଡର କର୍ପୋରେଟର ତଥା ପଣ୍ଡା କଲୋନୀର ମଳୟ ବିଷୋୟୀ(୫୮) ସମେତ ୧୨ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ବିଜିପୁର ବଡ଼ସାହିର ମଦନ ଦଳେଇ(୫୦), ବଡ଼ଗଡ଼ର ସୀମାଞ୍ଚଳ ନାୟକ ଓରଫ୍ ସୀମା(୩୦), ହିଞ୍ଜିଳିକାଟୁର ବିପିନ ସ୍ବାଇଁ(୩୫), ବନ୍ଥପଲ୍ଲୀର ଚିଣ୍ଟୁ ପ୍ରଧାନ(୨୫), ଯୋଗେନ୍ଦ୍ର ରାଉତ ଓରଫ୍ ଯୋଗୀ(୨୫) ଓ କାଳୁ ଚରଣ ଭୂୟାଁ(୩୯), ନୟାଗଡ଼ ଚାନ୍ଦପୁରର ରାଜେନ୍ଦ୍ର କୁମାର ସାହୁ(୨୩) ଏବଂ ବିହାର ରାସୁଲାର ଶିଶୁପାଳ କୁମାର ପାଶୱାନ(୨୫) ଓ ଏନଡିପିସି ଦିବାରର କୁନ୍ଦନକୁମାର(୨୨) ଅନ୍ତର୍ଭୁକ୍ତ। ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା। ହତ୍ୟାକାରୀମାନେ ଅଗ୍ରୀମ ୧୦ଲକ୍ଷ ଟଙ୍କା ନେଇଥିଲେ।

Advertisement