କଳାହାଣ୍ଡି,୧୭/୯(ଡ଼ି.ଏଚ ବ୍ୟୁରୋ):-କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ସାନଧାରପୁର ଗାଁରେ ଭତ୍ତା ଟଙ୍କା ପାଇଁ ମାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ । ମଦ ପିଇବା ପାଇ ପୁଅ ଭୁବନ ମା’ କଳ୍ପନା ବିଶ୍ଵାଳଙ୍କୁ ଟଙ୍କା ମାଗିଥିଲା l ମା’ ଟଙ୍କା ନଦେବାରୁ ପୁଅ ଏଥିରେ ଉତ୍କ୍ଷିପ୍ତ ହୋଇ ମା’ କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା l ଏବଂ ପୋଲିସ ହତ୍ୟାକାରୀ ପୁଅ କୁ ଗିରଫ କରିଛି ।






















