କୁକୁଡ଼ାଖଣ୍ଡି,୦୯/୯(ଇ ରଞ୍ଜନ):- କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଠି ପଞ୍ଚାୟତ ରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି କାର୍ଯକ୍ରମ ସରପଞ୍ଚ ରାଧା ମୋହନ ସେଠୀଙ୍କ ସହଯୋଗ କ୍ରମେ ଅନୁଷ୍ଟିତ ହୋଇଯାଇଛି l ଏହି ଅଭିଯୋଗ ଶୁଣାଣି ରେ ଗୋଷ୍ଟି ଉନ୍ନୟନ ଅଧିକାରୀ ପଲ୍ଲବୀ ସ୍ବାଇଁ ଏବଂ ବ୍ଳକ ସମେତ ଲୋକଙ୍କ ସେବା ରେ ଥିବା ସମସ୍ତ ଅଧିକାରି ମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥଲେ l ଏଥିରେ ୭୦ରୁ ଉର୍ଦ୍ଧ ଅଭିଯୋଗ ହୋଇଥିବା ବେଳେ ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ରାସନ କାର୍ଡ, ସୁଭଦ୍ରା ଯୋଜନା, ପଟ୍ଟା, ସାମାଜିକ ସୁରକ୍ଷା ପେନସନ, ଆବାସ ଯୋଜନା ସମ୍ପର୍କିତ ଅଭିଯୋଗ ଥିବା ବେଳେ ଗ୍ରାମରେ ଥିବା ଉତ୍କଳ ବିଦ୍ୟାପୀଠ ରେ ବିଦ୍ୟାଳୟର ରାତ୍ର ଜଗୁଆଳ, ଖେଳ ପଡିଆ, ସଭାଗୃହ ନଥିବା ଅଭିଯୋଗ ସହ ବିଦ୍ୟାଳୟର କିଛି ଜମି କୁ କିଛି ଅସାମାଜିକ ଲୋକ ଅକ୍ତିଆର କରାଯାଇଥିବା ନେଇ ଅଭିଯୋଗ ହୋଇଛି l ସେହି ପରି ପୂର୍ତ୍ତ ବିଭାଗ ପକ୍ଷରୁ ଗାୟତ୍ରୀ ନଗର ସମ୍ମୁଖ ରେ ଥିବା ମାଣିକ ନଗର ରାସ୍ତା ସହ ଡ୍ରେନର ନିର୍ମାଣ ଦାବି ହୋଇଛି l ବାଲିପାଡ଼ ସାହିର ରାସ୍ତା ନିର୍ମାଣ ନାଳ ସଫେଇ, ପାନୀୟ ଜଳ ଯୋଗାଣ, ଇତ୍ୟାଦି ଯୋଗାଇଦେବା କୁ ଦାବି ହୋଇଛି l ଏଥିରେ ସମିତିସଭ୍ୟ ଜଗନ୍ନାଥ ଭୂୟାଁ, ସହକାରୀ ଯନ୍ତ୍ରୀ ଅନୁରାଗ ରଥ, ଅତିରିକ୍ତ ତହସିଲଦାର ସ୍ୱାଗତିକା ରଥ ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ବହୁ ଅଭିଯୋଗ ର ସମାଧାନ କରିଥିଲେ l






















