ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ମଧ୍ୟପ୍ରଦେଶରୁ ୫ଜଣ ଗିରଫ; ଆଇଏସ୍‌ଆଇ ସହ ସମ୍ପୃକ୍ତି ସନ୍ଦେହ

316
ADVERTISEMENT

ଭୋପାଳ,୨୨/୮(ଏଜେନସି) : ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ମଧ୍ୟପ୍ରଦେଶ ସତନାରେ ଏଟିଏସ୍‌ ପକ୍ଷରୁ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କର ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହିତ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମୋବାଇଲ୍‌ ଫୋନ୍‌ରେ ୧୩ ପାକିସ୍ତାନ ନମ୍ବର ଥିବା ଏଟିଏସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଏସବୁ ନମ୍ବରକୁ ଭିଡ଼ିଓ କଲିଂ ତଥା ହ୍ବାଟସ୍‌ଆପ୍‌ରେ ତଥ୍ୟ ଯୋଗାଣ କରାଯାଉଥିବା ସନ୍ଦେହ କରାଯାଉଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି ।

Advertisement