ନୂଆଦିଲ୍ଲୀ,୨୨/୮(ରବି ଦାସ ) : ଅଜୟ କୁମାର ଭଲ୍ଲା ନୂଆ ସ୍ବରାଷ୍ଟ୍ର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ୧୯୮୪ ବ୍ୟାଚ୍ର ଏହି ଆଇଏଏସ୍ ଅଫିସର ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଶେଷ କାର୍ଯ୍ୟ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ୧୯୮୨ ବ୍ୟାଚ୍ ଆଇଏଏସ୍ ଅଫିସର ରାଜୀବ ଗୌବା ପୂର୍ବରୁ ସ୍ବରାଷ୍ଟ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ। ତେବେ ତାଙ୍କୁ କ୍ୟାବିନେଟ୍ ସଚିବ ନିଯୁକ୍ତି ମିଳିବା ପରେ ସ୍ବରାଷ୍ଟ୍ର ସଚିବ ପଦବୀ ଖାଲି ପଡ଼ିଥିଲା।




















