ଚା’ ବିକିଲେ ପଶ୍ଚିମବବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

335
ADVERTISEMENT

କୋଲକାତା,୨୨/୮(ଏଜେନସି) : ପଶ୍ଚିମବବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିର୍ବାଚନ ରଣନୀତି ପ୍ରସ୍ତୁତିକାରୀ ପ୍ରଶାନ୍ତ କିଶୋର ଏକ ପରାମର୍ଶ ଦେଇଛନ୍ତି। ତାହା ଅନୁଯାୟୀ ମମତା ବାନାର୍ଜୀ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ଚା’ ବିକିଛନ୍ତି। ସେ ଗତକାଲି ଦୀଘାର ଦତ୍ତାପୁର ଅଞ୍ଚଳରେ ଥିବା ଚା’ ଦୋକାନରେ ନିଜ ହାତରେ ଚା’ ତିଆରି କରି ଗ୍ରାହକମାନଙ୍କୁ ଦେଇଥିଲେ। ଏହାର ଏକ ଭିଡିଓ ବି ପ୍ରସ୍ତୁତ କରାଯାଇଥିଲା। ଏହି ଭିଡିଓକୁ ସୋସଆଲ ମିଡିଆରେ ଭାଇରାଲ କରାଯାଇଥିଲା । ଏହା ଜରିଆରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକଙ୍କ ନିକଟତର ହେବାଲାଗି ପ୍ରୟାସ କରୁଥିବା କୁହାଯାଉଛି ।

Advertisement