Sunday, September 20, 2026
ADVERTISEMENT
Home ଜାତୀୟ ପଶ୍ଚିମବଙ୍ଗ:ବିଜେପିର ବୁଥ୍‌ କାର୍ଯ୍ୟାଳୟରେ ମିଳିଲା ଯୁବକର ଶବ

ପଶ୍ଚିମବଙ୍ଗ:ବିଜେପିର ବୁଥ୍‌ କାର୍ଯ୍ୟାଳୟରେ ମିଳିଲା ଯୁବକର ଶବ

1142
ADVERTISEMENT

ସିଲିଗୁଡି(ଦୁନିଆ ହାଲ୍ ଚାଲ):ପଶ୍ଚିମବଙ୍ଗର ସିଲିଗୁଡି ବିଜେପିର ବୁଥ୍‌ କାର୍ଯ୍ୟାଳୟରେ ଆଜି ସକାଳେ ଜଣେ ଯୁବକର ଶବ ମିଳିବାର ଖବର ଚାଞ୍ଚଲ୍ୟ ସୃଷ୍ଠି କରିଛି। ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଯୁବକର ବୟସ ୪୨ ବର୍ଷ। ତାଙ୍କ ନାଆଁ ହେଲା ନିତ୍ୟ ମଣ୍ଡଳ। ସେ ଜଣେ ଦିନ ମଜୁରିଆ ବୋଲି ଜଣାଯାଇଛି। ସିଲିଗୁଡିର ୩୬ ନମ୍ବର ଓ୍ଵାର୍ଡରେ ଥିବା ବିଜେପିର ବୁଥ୍‌ କାର୍ଯ୍ୟାଳୟରେ ସେହି ଶବଟି ଲଟକିଥିବାର ଦେଖିବାକୁ ମିଳିଛି। କିଛି ଲୋକ ସକାଳେ ପ୍ରାତଃ ଭ୍ରମଣରେ ଯିବା ବେଳେ ଏହି ଦୃଶ୍ୟ ଦେଖିବାକୁ ପାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଛେଦଲାଗି ପଠା ଯାଇଛି।ଏହା ହତ୍ୟା ନା ଆତ୍ମହତ୍ୟା ଦିଗ ଉପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Advertisement