ଜମ୍ମୁ-କଶ୍ମୀର ସମସ୍ୟା ଶାନ୍ତି ପାଇଁ ପାକିସ୍ତାନକୁ ପରାମର୍ଶ ଦେଲା : ଫ୍ରାନ୍ସ୍‌

284
ADVERTISEMENT

ନୂଆଦିଲ୍ଲୀ,୨୧/୮(ରବି ଦାସ ): ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିଲେ ମଧ୍ୟ ପାକିସ୍ତାନ ଏହାକୁ ନେଇ ବିଭିନ୍ନ କାଣ୍ଡ ଭିଆଉଛି। ତେବେ ଏହାକୁ ନେଇ ଫ୍ରାନ୍ସ୍‌ ପାକିସ୍ତାନକୁ ଶାନ୍ତି ସ୍ଥିତି ସୃଷ୍ଟି ପାଇଁ ପରାମର୍ଶ ଦେଇଛି । ଫ୍ରାନ୍ସ୍‌ ବିଦେଶ ମନ୍ତ୍ରୀ ଜିନ୍‌-ୟୁଭେସ୍‌ ଲି ଦାରିଅନ୍‌ ତାଙ୍କ ପାକିସ୍ତାନ ପ୍ରତିପକ୍ଷ ଶାହ ମହମ୍ମଦ୍‌ କ୍ୟୁରେଶୀଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା ହୋଇ ଏପରି କହିଥିବା କୁହାଯାଉଛି। ଅଶାନ୍ତି ସୃଷ୍ଟିକାରୀ ପଦକ୍ଷେପରୁ ଦୂରେଇ ରହିବା ପାଇଁ ଦାରିଅନ୍‌ କ୍ୟୁରେଶୀଙ୍କୁ କହିଛନ୍ତି ।

Advertisement