ଅହମଦାବାଦ ପୁଲିସ ପକ୍ଷରୁ ଏକ ସୁନ୍ଦର ପଦକ୍ଷେପ : ଫୁଟପାଥରେ ରହୁଥିବା ପିଲାମାନଙ୍କୁ ଶିକ୍ଷାଦାନ

305
ADVERTISEMENT

ଅହମଦାବାଦ,୨୧/୮(ଏଜେନସି) : ଶିକ୍ଷାଗ୍ରହଣ ମଣିଷକୁ ଜୀବନ ବଢ଼ିବାରେ ନୂଆ ଦିଗ ଦେଇଥାଏ । ତେବେ ଯେଉଁ ପିଲାମାନେ ଆର୍ଥିକ କ୍ଷେତ୍ରରେ ସେତେଟା ସ୍ଵଛଳ ନଥାନ୍ତି ସେମାନେ ବେସରକାରୀ ବିଦ୍ୟାଳୟମାନଙ୍କରେ ପାଠ ପଢ଼ିପାରିନଥାନ୍ତି । ସେହିପରି ପିଲାମାନଙ୍କ ଅଭିଭାବକମାନେ ମଧ୍ୟ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇପାରିନ୍ତି ନାହିଁ । ଏସବୁକୁ ଦେଖି ଅହମଦାବାଦ ଟ୍ରାଫିକ ପୁଲିସ ପକ୍ଷରୁ ନିଆଯାଇଛି ଏକ ସୁନ୍ଦର ପଦକ୍ଷେପ । ଫୁଟପାଥରେ ରହୁଥିବା ପିଲାମାନଙ୍କୁ ଶିକ୍ଷାଦାନ ଦେବା କାମରେ ଏବେ ଲାଗିପଡିଛନ୍ତି ପୁଲିସ ଅଧିକାରୀ । ପୁଲିସ ପାଠଶାଳା ନାମରେ ନାମିତ ଏହି ନୂଆ ଯୋଜନା ମାଧ୍ୟମରେ ପ୍ରାୟ ୧୫୦ରୁ ୨୦୦ ଜଣ ପିଲାଙ୍କୁ ନିୟମିତ ଶିକ୍ଷାଦାନ ଦିଆଯାଉଛି । ସମ୍ପୂର୍ଣ୍ଣ ମୁକ୍ତ ଭବରେ ସହରର ୩ଟି କେନ୍ଦ୍ରରେ ପିଲାମାନଙ୍କୁ ଟ୍ରାଫିକ ପୁଲିସର ଅଧିକାରୀମାନେ ପାଠ ପଢ଼ାଉଛନ୍ତି । ଏହାକୁ ନେଇ ଅହମଦାବାଦର ଟ୍ରାଫିକ ଏସିପି ଆକାଶ ପଟେଲ କୁହନ୍ତି ଯେ ଦେଢ଼ ବର୍ଷ ତଳୁ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା । ଫୁଟପାଥରେ ରହୁଥିବା ପିଲାମାନେ ବେଳେବେଳେ ଅପରାଧ ସହ ସମ୍ପୃକ୍ତି ରହୁଥିବାର ଦେଖି ସେମାନଙ୍କୁ ଶିକ୍ଷାଦାନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା । ପିଲାମାନଙ୍କୁ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରାଯାଉଛି ଓ କିଭଳି ସୁନାଗରିକ ହୋଇପାରିବେ ତାହା ବୁଝାଯାଉଛି ।

Advertisement