ଶ୍ରୀସନ୍ତଙ୍କୁ ଆଶ୍ବସ୍ତି, ଉଠିଲା ଆଜୀବନ ବାସନ୍ଦାଦେଶ

287
ADVERTISEMENT

ନୂଆଦିଲ୍ଲୀ,୨୧/୮(ରବି ଦାସ ) : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କ୍ରିକେଟର ଏସ.ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ଆଜୀବନ ବାସନ୍ଦାଦେଶକୁ କୋହଳ କରି ଏହାକୁ ୭ ବର୍ଷ କରିଛି। ବିସିସିଆଇର ଏହି ନିଷ୍ପତ୍ତି ପରେ ୨୦୨୦ ସେପ୍ଟେମ୍ବର ୧୩ରେ ଶ୍ରୀସନ୍ତଙ୍କ ଏହି ପ୍ରତିବନ୍ଧକର ଅବଧି ଶେଷ ହେବ। ବିସିସିଆଇ ଲୋକପାଳ ଡିକେ ଜୈନ୍ ଏକ ନିର୍ଦ୍ଦେଶ ଜାରି କହିଛନ୍ତି, ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ସମ୍ପୂର୍ଣ ବ୍ୟାନକୁ କମାଇ ୭ ବର୍ଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଠାରେ ସୂଚନାଥାଉ କି ୧୩ ସେପ୍ଟେମ୍ବର, ୨୦୧୩ରେ ଶ୍ରୀସନ୍ତଙ୍କୁ ଆଜୀବନ ବାସନ୍ଦ କରାଯାଇଥିଲା ।

Advertisement