ବାରମୂଳାରେ ଏନ୍‌କାଉଣ୍ଟର୍‌: ଜଣେ ଆତଙ୍କବାଦୀ ନିହତ, ଏସ୍‌ପିଓ ସହିଦ, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ

323
ADVERTISEMENT

ଶ୍ରୀନଗର,୨୧/୮(ଏଜେନସି): ବୁଧବାର ସକାଳେ ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲାରେ ନିରାପତ୍ତା ବଳ ଜଣେ ଆତଙ୍କବାଦୀକୁ ଗୁଳିମାରି ହତ୍ୟା କରିଛନ୍ତି। ଗତ ରାତିରୁ ସେଠାରେ ଏନ୍‌କାଉଣ୍ଟର୍‌ ଚାଲିଥିଲା। ଆଜି ସକାଳେ ଶେଷ ହୋଇଥିବା ଏହି ଏନ୍‌କାଉଣ୍ଟ୍‌ରରେ ଜଣେ ସ୍ପେସାଲ୍‌ ପୋଲିସ ଅଫିସର (ଏସ୍‌ପିଓ) ମଧ୍ୟ ସହିଦ ହୋଇଛନ୍ତି। ସେନାବହାନୀ, ଜମ୍ମୁ ଓ କଶ୍ମୀର ପୁଲିସ ଏବଂ ଅନ୍ୟ ନିରାପତ୍ତା ଏଜେନ୍‌ସିଙ୍କ ମିଳିତ ପ୍ରାୟ ୨-୩ ଜଣ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ କରିଥିଲେ। ଘଟଣାସ୍ଥଳରୁ ବହୁ ଆଗ୍ନେୟାସ୍ତ୍ର ଜବତ କରାଯାଇଛି।ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି ଯେ ରାତି ତମାମ ଦୁଇ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ତୁମୁଳ ହୋଇଥିଲା। ପୁରୁଣା ବାରମୂଳାରେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହା ପରେ ସମଗ୍ର ଅଞ୍ଚଳ ସର୍ବ ସାଧାରଣଙ୍କ ନିମେନ୍ତ କର୍ଡନ୍‌ କରାଯାଇଥିଲା। କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହା ହେଉଛି ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରଥମ ଗୁଳି ବିନିମୟ ଘଟଣା ।

Advertisement