ଯବାନଙ୍କ ପାଇଁ ଖୁସି ଖବର , ଏବେ ୫୭ ବଦଳରେ ୬୦ ବର୍ଷରେ ନେଇପାରନ୍ତି ଅବସର

311
ADVERTISEMENT

ନୂଆଦିଲ୍ଲୀ, ୨୦/୮ (ରବି ଦାସ) : ସବୁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ଯବାନ ଏବେ ୬୦ ବର୍ଷ ବୟସରେ ଅବସର ନେବେ । ସୋମବାର ଜାରି କରାଯାଇଥିବା ସରକାରୀ ଆଦେଶରେ ଏହା ଘୋଷଣା କରାଯାଇଛି ।  କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଆଦେଶରେ କୁହାଯାଇଛି ଯେ ସେନାର ସବୁ କର୍ମଚାରୀ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ,ସୀମା ସୁରକ୍ଷା ବଳ ,ଭାରତ-ତିବ୍ଦତ ସୀମା ପୁଲିସ , ସଶସ୍ତ୍ର ସୀମା ବଳ ୫୭ ବଦଳରେ ଏବେ ୬୦ ବର୍ଷ ବୟସରେ ଅବସର ନେବେ । ପ୍ରଥମେ କିଛି ପଦବୀ ପାଇଁ ଅଧିକାରୀ ତଥା କର୍ମୀଙ୍କ ବୟସ ସୀମା ୫୭ ବର୍ଷ ଥିଲା,  କିନ୍ତୁ ଏବେ ଏହା ବଢି ୬୦ ହୋଇଯାଇଛି ।ବର୍ତ୍ତମାନର ନିୟମ ମୁତାବକ କେନ୍ଦ୍ରୀୟ ସୁରକ୍ଷା ବଳ ଏବଂ ଆସାମ ରାଇଫଲ୍ସ ଯବାନ ୬୦ ବର୍ଷ ବୟସରେ ସେବାରୁ ଅବସର ନେଉଛନ୍ତି । ସିଆରପିଏଫ୍ ,ବିଏସଏଫ୍ , ଆଇଟିବିପି ଏବଂ ଏସଏସବିରେ ବର୍ତ୍ତମାନ କନେଷ୍ଟବଳଠାରୁ ଆରମ୍ଭ କରି କମାଣ୍ଡେଣ୍ଟ୍ ସ୍ତରର କର୍ମୀଙ୍କ ଅବସର ବୟସ ୫୭ ବର୍ଷ ରହିଛି । କିନ୍ତୁ ଉଚ୍ଚ ପଦର ଅଧିକାରୀଙ୍କ ଅବସର ବୟସସୀମା ୬୦ ବର୍ଷ ରହିଛି ।ବର୍ତ୍ତମାନ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଆଦେଶକୁ ପାଳନ କରିବା ପାଇଁ ସବୁ ସୁରକ୍ଷା ବଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସୁରକ୍ଷା ବଳଙ୍କୁ ସାରା ଦେଶରେ ଆନ୍ତରିକ ସୁରକ୍ଷା ସହ ଜଡିତ ଥିବା ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଥାଏ, ଯେଉଁଥିରେ ସୀମାରେ ପ୍ରହରା ଦେବା , ଆତଙ୍କବାଦ ଏବଂ ନକ୍ସଲ ବିରୋଧ ଅଭିଯାନ ଏବଂ ଆଇନ୍ ବ୍ୟବସ୍ଥା ବଜାୟ ରଖିବା ସାମିଲ୍ ରହିଛି ।

Advertisement