Friday, November 20, 2026
ADVERTISEMENT
Home ଜାତୀୟ ଗୋଟାଏ କାର୍‌ ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇ ଫୁଟ୍‌ପାଥ୍‌ ଉପରକୁ ମାଡ଼ିଯିବାରୁ ସାତ ଜଣ ଲୋକ ଆହତ

ଗୋଟାଏ କାର୍‌ ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇ ଫୁଟ୍‌ପାଥ୍‌ ଉପରକୁ ମାଡ଼ିଯିବାରୁ ସାତ ଜଣ ଲୋକ ଆହତ

288
ADVERTISEMENT

ବେଙ୍ଗାଲୁରୁ ,୧୯/୮(ଏଜେନସି) :ରବିବାର ଦିନ ଗୋଟାଏ କାର୍‌ ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇ ଏଚ୍‌ଏସ୍‌ଆର୍‌ ଲେଆଉଟ୍‌ ଅଞ୍ଚଳର ଫୁଟ୍‌ପାଥ୍‌ ଉପରକୁ ମାଡ଼ିଯିବାରୁ ସାତ ଜଣ ଲୋକ ଆହତ ହୋଇଛନ୍ତି । ସିସିଟିଭି କ୍ୟାମେରା ଫୁଟେଜ୍‌ରେ ଉତ୍ତୋଳିତ ଦୃଶ୍ୟରେ ଦେଖାଯାଉଛି ଦ୍ରୁତ ବେଗରେ କାର୍‌ଟି ପଥଚାରୀଙ୍କ ଉପରେ ମାଡ଼ି ଯାଉଛି। ପରେ ପରେ ପ୍ରତ୍ୟକ୍ଷଦର୍ଶୀମାନେ ଆହତମାନଙ୍କୁ ସାହାଯ୍ୟ କରିବାକୁ କାର୍‌ ଆଡ଼କୁ ଧାଇଁ ଯାଉଛନ୍ତି । ସ୍ଥାନୀୟ ଗଣମାଧ୍ୟମ ଖବର ଅନୁସାରେ, ଅପରାହ୍ଣ ୩ଟା ବେଳେ ଗୋଟାଏ ରାସ୍ତାକଡ଼ ଖାଇବା ଦୋକାନ ସମ୍ମୁଖରେଏହି ଅଘଟଣ ଘଟିଛି । ଏବଂ ଆହତ ସାତ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଛି । ଗାଡ଼ିର ଚାଳକ ହେଉଛନ୍ତି ଗୋଟାଏ ଟ୍ରଭେଲ୍‌ ଏଜେନ୍‌ସିଜ୍‌ରେ କାମ କରୁଥିବା ରାଜେନ୍ଦ୍ର । ସେ ନିଶାଗ୍ରସ୍ତ ଥିଲେ ବୋଲି କୁହାଯାଉଛି। ନିୟନ୍ତ୍ରଣ ହରାଇବାରୁ ସେ ଖାଇବା ଦୋକାନ ବାହାରେ ଥିବା ଲୋକମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ ବୋଲି ପୁଲିସ କହିଛି । ତାଙ୍କୁ ପୁଲିସ ହାଜତକୁ ନେଇଛି।

Advertisement