Friday, November 20, 2026
ADVERTISEMENT
Home ଜାତୀୟ ଧାରା ୩୭୦ ଉଚ୍ଛେଦ ପରେ ଖୁସି ହେଲେ ପାକିସ୍ତାନ ବର, ଭାରତ ଆସି ବିବାହ କଲେ

ଧାରା ୩୭୦ ଉଚ୍ଛେଦ ପରେ ଖୁସି ହେଲେ ପାକିସ୍ତାନ ବର, ଭାରତ ଆସି ବିବାହ କଲେ

323
ADVERTISEMENT

ରାଜକୋଟ,୧୮/୮(ଏଜେନସି) : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଭାରତ ଏବଂ ପାକ୍ ସୀମାରେ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଭାରତ ସହ ପାକିସ୍ତାନ ସବୁ ବ୍ୟାବସାୟିକ ସଂପର୍କ ମଧ୍ୟ ଛିନ୍ନ କରିସାରିଛି । କିନ୍ତୁ ଏତେ ସମସ୍ୟା ପରେ ମଧ୍ୟ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଥିବା ସ୍ନେହ ସଂପର୍କର ଉଦାହରଣ ଏବେ ଦେଖିବାକୁ ମିଳିଛି । ଧାରା ୩୭୦ ହଟିବା ପରେ ପାକିସ୍ତାନର ୨ ଜଣ ଯୁବକ ଗୁଜୁରାଟର ରାଜକୋଟ ଆସି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତେବେ ପାକିସ୍ତାନରୁ ଭାରତ ଆସି ବିବାହ କରିବା ପଛର କାରଣ ମଧ୍ୟ ଖୁବ୍ କୌତୁହଳପୂର୍ଣ୍ଣ । ବିବାହକୁ ନେଇ ପାକିସ୍ତାନରେ କଡ଼ା ନିୟମ କାନୁନ୍ ରହିଛି । ପାକିସ୍ତାନରେ ନିରାଡ଼ମ୍ବର ବିବାହକୁ ନେଇ ଏହି ଦୁଇ ଯୁବକ ଖୁବ୍ ଅସନ୍ତୁଷ୍ଟ ଥିଲେ । ନିଜ ବିବାହକୁ ଭଲଭାବେ ପାଳିବା ପାଇଁ ଯୁବକମାନେ ଭାରତ ଆସିବାକୁ ନିଷ୍ପତ୍ତି ନେଇଥିଲେ । ପାକିସ୍ତାନରୁ ଆସିଥିବା ଜଣେ ଯୁବକ ଅନିଲ ମହେଶ୍ୱରୀ କୁହନ୍ତି , “ମୁଁ କରାଚିରେ ରହେ ଏବଂ ସୀମାର ଦୁଇପଟେ ମହେଶ୍ୱରୀ ସଂପ୍ରଦାୟର ଅନେକ ଲୋକ ବସବାସ କରନ୍ତି । ସ୍ୱାଧୀନତା ସମୟରେ କିଛି ମହେଶ୍ୱରୀ ସଂପ୍ରଦାୟର ଲୋକେ ପାକିସ୍ତାନରେ ରହୁଥିଲେ, ଯେଉଁମାନେ ସେତେବେଳ ସମୟରେ ଆଉ ଭାରତ ଫେରିବାକୁ ସୁଯୋଗ ପାଇନଥିଲେ । ଯେଉଁମାନେ ପାକିସ୍ତାନରୁ ଭାରତକୁ ଫେରିଆସିଥିଲେ ସେମାନଙ୍କୁ ଭାରତର ନାଗରିକତା ମିଳିଗଲା । ପାକ୍ ସରକାରଙ୍କ ବ୍ୟବହାର ବିଷୟରେ ଅନିଲ୍ କୁହନ୍ତି ଯେ ସେମାନଙ୍କୁ ସେଠାରେ ଆଜି ବି ସ୍ୱାଧୀନ ଭାବରେ କିଛି କାମ କରିବା ପାଇଁ ଅନୁମତି ଦିଆଯାଉନାହିଁ ।

Advertisement