ଜମ୍ମୁ ଓ କଶ୍ମୀର: ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେବା ଆଶଙ୍କାରେ ୨୫୦ରୁ ଅଧିକ ଏସ୍‌ପିଓଙ୍କ ଅସ୍ତ୍ର ଜବତ କରାଯାଇଥିଲା

250
ADVERTISEMENT

ଶ୍ରୀନଗର,୧୮/୮(ଏଜେନସି) : ଧାରା ୩୭୦ ଉଚ୍ଛେଦ କରାଯିବାର କିଛି ଦିନ ପୂର୍ବରୁ ଜମ୍ମୁ ଓ କଶ୍ମୀରରେ ୨୫୦ରୁ ଅଧିକ ସ୍ପେସାଲ ପୁଲିସ ଅଫିସର୍ସଙ୍କ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେତେ ଜଣ ଅସ୍ତ୍ରଶସ୍ତ୍ର ସହ ନିଖୋଜ ହେବାର ଖବର ମିଳିବା ପରେ କର୍ତ୍ତୃପକ୍ଷମାନେ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟହୋଇଥିଲେ। ସେମାନଙ୍କର ଆଶଙ୍କା ଥିଲା ଯେ ଏମାନେ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥାଇ ପାରନ୍ତି। ଆଇନ୍‌ ଶୃଙ୍ଖଳା ବଜାୟ ରଖିବାରେ ନିୟମିତ ପୁଲିସମାନଙ୍କୁ ସହଯୋଗ କରିବାକୁ ସ୍ପେସାଲ୍‌ ପୁଲିସ ଅଫିସର୍ସମାନଙ୍କୁ ଚୁକ୍ତିଭିତ୍ତିରେ ନିଯୁକ୍ତ କରାଯାଇଥାଏ। ନିକଟ ଅତୀତରେ ସେମାନେ ଆତଙ୍କବାଦୀଙ୍କ ରୋଷର ଶିକାର ହୋଇଥିଲେ।ଏସ୍‌ପିଓମାନଙ୍କର ଅସ୍ତ୍ରଶସ୍ତ୍ର ଜବତ କରିବାକୁ ନିଷ୍ପତ୍ତି ନିଆଯିବା ପରେ ନିୟମିତ ପୁଲିସ ଫୌଜ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ସମ୍ପ୍ରତି କଶ୍ମୀରୀ ପୁଲିସଙ୍କ ଠାରୁ ଏଠାରେ ସିଆର୍‌ପିଏଫ୍‌ ଯବାନ ଅଧିକ ଅଛନ୍ତି । ଜଣେ ନିରାପତ୍ତା କର୍ମଚାରୀ କହନ୍ତି: ବିଦ୍ରୋହ ହେବନାହିଁ, କିନ୍ତୁ କ୍ରୋଧ ରହିଛି । ସେହି କାରଣରୁ ହିଁ ଥାନାଗୁଡ଼ିକରେ ଅଧିକ ଅନୁପାତରେ କେନ୍ଦ୍ରୀୟ ବଳ ରହିଛନ୍ତି । ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏପରି କରାଯାଇଛି ।

Advertisement