ଦିଲ୍ଲୀ ଏମ୍‌ସରେ ଭୟଙ୍କର ଅଗ୍ନିକାଣ୍ଡ

382
ADVERTISEMENT

ନୂଆଦିଲ୍ଲୀ,୧୮/୮(ଏଜେନସି) : ଦିଲ୍ଲୀ ଏମ୍ସରେ ଆଜି ବଡ଼ ଧରଣର ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି ଏବଂ ଏମର୍ଜେନ୍ସି ୱାର୍ଡ ବନ୍ଦ ରଖାଯାଇଛି। ପ୍ରଥମ ଓ ଦ୍ବିତୀୟ ମହଲା ସ୍ଥିତ ଟିଚିଂ ବ୍ଲକ୍‌ରେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବିମାନର ୩୪ଟି ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଦୀର୍ଘ ୫ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କରାଯାଇଛି। ଏମର୍ଜେନ୍ସି ୱାର୍ଡ ନିକଟରେ ଅଗ୍ନିକାଣ୍ଡ ଘଟିଥିବାରୁ ତୁରନ୍ତ ଏହି ୱାର୍ଡକୁ ବନ୍ଦ କରାଯାଇଥିଲା। ଏମର୍ଜେନ୍ସି ଲ୍ୟାବ୍‌ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଏମର୍ଜେନ୍ସି ୱାର୍ଡ ଏବଂ ଅର୍ଥୋପେଡିକ ୱାର୍ଡରୁ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସୁପର୍‌ ସ୍ପେସାଲିଟି ଓପିଡି ମଧ୍ୟ ଅଗ୍ନିକାଣ୍ଡରେ ଛାରଖାର ହୋଇଯାଇଛି। ଆଜି ଅପରାହ୍ନ ୫ଟାରେ ନିଆଁ ଲାଗିଥିବା ବେଳେ ପ୍ରଥମେ ପ୍ରଥମ ମହଲ‌ାରେ ଲାଗିଥିଲା ଏବଂ ଏହା ପଞ୍ଚମ ମହଲା ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା।

Advertisement