ADVERTISEMENT
Home ଆଞ୍ଚଳିକ ବରିଷ୍ଠ ନାଗରିକ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ।

ବରିଷ୍ଠ ନାଗରିକ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ।

126
ADVERTISEMENT

ପୁରୁଷୋତ୍ତମପୁର,୨୩/୧୧(ସୁଦାମ ମହାରଣା):-ପୁରୁଷୋତ୍ତମପୁର ଏନ୍ ଏ ଏସି ସ୍ଥିତ ହିନ୍ଦୀ ପ୍ରଚାର ସଭା ଗୃହରେ ଆଜି ବରିଷ୍ଠ ନାଗରିକ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ ସଭାପତି ଅରୁଣ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଦାଶରଥି ସେନାପତି, ମୁଖ୍ୟ ବକ୍ତା ଭାଟକୁମୁରଡା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ମନୋଜ କୁମାର ଦାଶ, ବିଶିଷ୍ଟ ସମ୍ମାନିତ ଅତିଥି ବିଡ଼ିଓ ବିଜୟ କୁମାର ବେହେରା, ଅନ୍ୟତମ ସମ୍ମାନିତ ଅତିଥି ପୂର୍ବତନ ନଗରପାଳ ବାସୁଦେବ ମହାପାତ୍ର, ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ନରସିଂହ ପଣ୍ଡା, ବରିଷ୍ଠ ଶିକ୍ଷାବିତ ଏ ରାଜ ଗୋପାଳ ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରେ ସାମାଜିକ ସୁରକ୍ଷା, ଆର୍ଥିକ ସ୍ଥିତିର ବିକାଶ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକଙ୍କ ଉଦିଷ୍ଟ ବିଭିନ୍ନ ଯୋଜନା ପ୍ରଣୟନ ଉପରେ ଅବଗତ କରାଇଥିଲେ। ସଂଘ ସମ୍ପାଦକ ପ୍ରଫୁଲ୍ଲ କୁମାର ରଥ ବିବରଣୀ ପଠନ ସହ ସଭା କାର୍ଯ୍ୟ ସମ୍ପାଦନ କରିଥିଲେ। ବରିଷ୍ଠ ଶିକ୍ଷାବିତ ହରିହର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Advertisement