ADVERTISEMENT
Home ଆଞ୍ଚଳିକ ନିମଖଣ୍ଡିରେ ହତ୍ୟା: ଘଟଣାସ୍ଥଳ ପରିଦର୍ଶନ କଲେ ବ୍ରହ୍ମପୁର ଏସପି l

ନିମଖଣ୍ଡିରେ ହତ୍ୟା: ଘଟଣାସ୍ଥଳ ପରିଦର୍ଶନ କଲେ ବ୍ରହ୍ମପୁର ଏସପି l

2
ADVERTISEMENT

ବ୍ରହ୍ମପୁର,୦୫/୧୦(ଇ ରଞ୍ଜନ):-କୁକୁଡାଖଣ୍ଡି ନିମଖଣ୍ଡି ଥାନା ଅନ୍ତର୍ଗତ ନିମଖଣ୍ଡି ଗ୍ରାମରେ ଶନିବାର ବିଳମ୍ବିତ ରାତ୍ର ରେ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ହତ୍ୟାକାଣ୍ଡ ଘଟିଛି l ନିମଖଣ୍ଡି ଗ୍ରାମର ବିପ୍ରନାୟକ ଙ୍କ ପୁତ୍ର ଟୁନା ନାୟକ(୨୫) ଙ୍କୁ ଉକ୍ତ ଗ୍ରାମର ରାଘବ ସାହୁ ଓରପ ବିଟୁ ସାହୁ ଏବଂ ତାଙ୍କ ସମର୍ଥକ ମାନେ ମିଳିତ ଭାବେ ବିଭିନ୍ନ ମରଣା ଅସ୍ତ୍ର ରେ ଟୁନା ଙ୍କ ବେକ କୁ ଧାରୁଆ ଅସ୍ତ୍ର ରେ ହତ୍ୟା କରିଥିବା ରୁ ତାଙ୍କ ମୁର୍ତ୍ୟୁବରଣ ବରଣ ଘଟିଥିବା ପୁଲିସ ଅନୁସନ୍ଧାନ ରୁ ଜଣାପଡିଥିବା ସୂଚନା ରହିଛି l ଘଟଣା ସ୍ଥଳ ରେ ବ୍ରହ୍ମପୁର ଏସପି ଅଭିନଵ ସୋନଖର ଏବଂ ସଦର ଏସଡିପିଓ ସୁବ୍ରାଂଶୁ ଶେଖର ପରିଡା ଓ ନିମଖଣ୍ଡି ଥାନା ଅଧିକାରୀ କୃଷ୍ଣ ସାହା ନିମଖଣ୍ଡି ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିଥିଲେ l ଏସପି ଶ୍ରୀ ସୋନଖର ଗଣମାଧ୍ୟମ କୁ କହିଥିବା ସୂଚନା ଅନୁଯାଇ ଅଭିଯୁକ୍ତ ବିଟୁ ଙ୍କ ନିମଖଣ୍ଡି ବଡ଼ ସାହିର ବାସିନ୍ଦା ପୂର୍ବରୁ ଟୁନା ନାୟକ ମଧ୍ୟରେ ସୁସମ୍ପର୍କ ଥିଲା ବିଳମ୍ବିତ ରାତିରେ ଏକ ଘରେ ନିଶା ପାନ କରିଥିବା ବେଳେ କୌଣସି କାରଣ ରୁ ଟୁନା ଏବଂ ବିଟୁ ମଧ୍ୟରେ ବଚସା ହୋଇ ଟୁନା ଆକ୍ରମଣ କରିଥିବା ଯୋଗୁଁ ବିଟୁ ତାଙ୍କ ଗାଡି ରେ ଥିବା ଧାରୁଆ ଅସ୍ତ୍ର ରେ ବେକ କୁ ଆକ୍ରମଣ କରିଥିଲା l ପରେ ଟୁନା ସମ୍ପର୍କୀୟ ଘରକୁ ଦୌଡ଼ି ପଳେଇଥିଲା l ଯାହା ଫଳ ରେ ଟୁନାଙ୍କ ବେକ ରୁ ପ୍ରଚୁର ରକ୍ତଶ୍ରାବ ବାହାରିଥିବା ବେଳେ ମୁର୍ତ୍ୟୁବରଣ ଘଟିଥିଲା l ଅଭିଯୁକ୍ତ ବିଟୁ ନିମଖଣ୍ଡି ଅଞ୍ଚଳରେ ଫାଷ୍ଟଫୂଡ଼ ଦୋକାନ ଥିବା ବେଳେ ଟୁନା ଗ୍ରିଲ ଦୋକାନ ରେ କାମ କରୁଥିବା ପରିବାର ଲୋକେ କହିଛନ୍ତି ଅନ୍ୟପଟେ ଟୁନା ଙ୍କ ନାମ ରେ ନିମଖଣ୍ଡି ଏବଂ ସଦର ଥାନା ରେ ୮ ଟି ଅପରାଧିକ ମାମଲା ଥିବା ପୁଲିସଙ୍କ ସୂଚନା l ବିଟୁ ବିଳମ୍ବିତ ରାତ୍ର ରେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ପୁଲିସ ହାତ ଧରା ପଡିଥିଲା ପୁଲିସ ବିଟୁ ଙ୍କୁ ଗିରଫ କରିଥିବା ବେଳେ ଟୁନାଙ୍କ ମୂର୍ତ ଶରୀର କୁ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଛି l ଏନେଇ ନିମଖଣ୍ଡି ଥାନା ରେ ୩୧୦/୨୬ ମାମଲା ରୁଜୁ କରି ଅନ୍ୟ ଅଭିଯୁକ୍ତଙ୍କ ଗତିଵିଧି ଉପରେ ଅଧିକ ତଦନ୍ତ ଚଳାଇଥିବା ଏସପି ଶ୍ରୀ ସୋନକର ସୂଚନା ଦେଇଛନ୍ତି l ଏହା ପ୍ରେମଜନିତ ଘଟଣା ବୋଲି ଗ୍ରାମରେ ଚର୍ଚ୍ଚା ହୋଇଛି l

Advertisement