ଭୁବନେଶ୍ୱର,୨୨।୦୯(ଡ଼ି.ଏଚ ବ୍ୟୁରୋ):-ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହା ପୁରୀର ଦକ୍ଷିଣପୂର୍ବ ଓ ଗୋପାଳପୁରର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୩୧୦ କିମି ଏବଂ ଆନ୍ଧ୍ରପ୍ରଦେଶ କଳିଙ୍ଗପାଟନମ୍ର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୩୯୦ କିମି ଓ ବିଶାଖାପାଟଣାର ପୂର୍ବକୁ ୪୭୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଆଗାମୀ ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଗଭୀର ଅବପାତରେ ପରିଣତ ହୋଇ ଆସନ୍ତା ୨୩ ତାରିଖ ରାତି କିମ୍ବା ୨୪ ତାରିଖ ଭୋର ସୁଦ୍ଧା ଗୋପାଳପୁର ଓ ବିଶାଖାପାଟଣା ମଧ୍ୟଦେଇ ସ୍ଥଳଭାଗରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି।













