କୁକୁଡାଖଣ୍ଡି ପଞ୍ଚାୟତ ମାନଙ୍କରେ ଅନୁଷ୍ଠିତ ବିଜେଡି ଜନ ସମ୍ପର୍କ ପଦ ଯାତ୍ରାରେ ରଙ୍ଗେଈଲୁଣ୍ଡା ଜନପ୍ରତିନିଧିଙ୍କ ଶକ୍ତି ପ୍ରଦର୍ଶନ l

117
ADVERTISEMENT

କୁକୁଡାଖଣ୍ଡି,୨୩/୧୧(ଇ.ରଂଜନ):-କୁକୁଡାଖଣ୍ଡି ବ୍ଲକ ଗୁରୁଣ୍ଠି, ହୁଗୁଳାପଟ୍ଟାରେ ବିଜେଡିର ପଦଯାତ୍ରା ଅନୁଷ୍ଠିତ ହୋଇଛିl ଦଳର ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଅକ୍ଟୋବର ୨ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ବ୍ଲକ ଏନଏସି ଅଂଚଳରେ ଥିବା ଗ୍ରାମ ଏବଂ ସହର ପରିକ୍ରମା କରି ସରକାରର କାର୍ଯ୍ୟକଳାପ ଉପରେ ଲୋକଙ୍କୁ ସଚେତନତା କରିବା ଉଧେଶ୍ୟରେ କାର୍ଯ୍ୟରତ ଥିବା ନେତା ଓ କର୍ମୀ ମାନଙ୍କ ନେତୃତ୍ୱରେ ଲୋକଙ୍କ ସହ ସମ୍ପର୍କ ସ୍ଥାପନରେ ଯୋଡି ହୋଇ ଜନ ସମ୍ପର୍କ ସୃଷ୍ଟି ନିମନ୍ତେ ପରାମର୍ଶ ଦେଇଛନ୍ତି l ସାଧାରଣ ଜନତାଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରି ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ନିମନ୍ତେ କହିଥିବା ବେଳେ ।କୁକୁଡ଼ାଖଣ୍ଡି ବ୍ଲକରେ ଏହା ର ବ୍ୟତିକ୍ରମ ଦେଖାଦେଇଛି l ମଙ୍ଗଳବାର ବ୍ଲକ ଅନ୍ତର୍ଗତ ଉଗୁଳାପଟା ଓ ଗୁରୁଣ୍ଟି ପଞ୍ଚାୟତ ରେ ବିଜେଡି ପକ୍ଷରୁ ଏହି ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଜିର ଏହି ପଦ ଯାତ୍ରାରେ କୁକୁଡାଖଣ୍ଡିର ବ୍ଲକର ସଭାପତି କିମ୍ବା ବ୍ଲକ ଅଦକ୍ଷ, ଉପାଦକ୍ଷା ଏବଂ ଦଳ ବ୍ଲକ କଷାଦକ୍ଷ, ଉପ ସଭାପତି ଅନୁପସ୍ଥିତ ଥିଲେ l ବ୍ଲକ ରେ ୨୨ ଟି ପଂଚାୟତ ଥିବା ବେଳେ ପଂଚାୟତ ମାନଙ୍କୁ ୨ ଭାଗରେ ବିଭକ୍ତ କରି l ୫ ଟି ପଂଚାୟତ ଉପରେ ଗୁରୁତ୍ୱ ଦେଉନଥିବା ନେତା ମହଲରେ ଉଦବେଗ ସୃଷ୍ଟି ହୋଇଛି l ଏହି ସଭା ଯାତ୍ରା ରେ ଗୁରୁଣ୍ଟି ପଂଚାୟତ ର ସରକାରୀ ଏମଜିଏନରଜିଏସ କାର୍ଯ୍ୟରେ ନିୟୋଜିତ ମହିଳା ଙ୍କୁ କାର୍ଯ୍ୟ କ୍ଷେତ୍ରରୁ ସରପଞ୍ଚ ଏବଂ ଗାଁ ସାଥି ମିଳିତ ଭାବେ କାର୍ଯ୍ୟକ୍ଷେତ୍ରରୁ ମହିଳାଙ୍କୁ ଡାକିନେଇ ପଦ ଯାତ୍ରାରେ ବାଧ୍ୟତାମୂଳକ ଭାବେ ସାମିଲ କରିଥିବା ଗୁରୁଣ୍ଠି ସମିତିସଭ୍ୟା ପ୍ରତିନିଧି କେ. ଚନ୍ଦ୍ର ଶେଖର ଦାସ ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ l ଏହି ପଦ ଯାତ୍ରା ଉଗୁଳାପଟା ସରପଞ୍ଚଙ୍କ ତତ୍ତ୍ୱାବଧାନରେ ଗ୍ରାମର ଶହ ଶହ ମହିଳା ଓ ପୁରୁଷ ମାନେ ଯୋଗଦେଇଥିଲେ l ଏହି ଜନସମ୍ପର୍କ ଯାତ୍ରାରେ ରଙ୍ଗେଈଲୁଣ୍ଡା ବ୍ଲକ ନେତାଙ୍କ ଶକ୍ତି ପ୍ରଦର୍ଶନ ହୋଇଥିଲା । ପ୍ରଥମେ ଉଗୁଳାପଟା ଗ୍ରାମ ପରିକ୍ରମା କରିଥିଲେ ଏହାପରେ ପଦ ଯାତ୍ରା ଗୁରୁଣ୍ଟି ଗ୍ରାମ ପରିକ୍ରମା କରି ଗୁରୁଣ୍ଟି ଛକରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ସେଠାରେ ବିଜେଡି ସରକାରଙ୍କ ଜନ କଲ୍ୟାଣ ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖମନ୍ତ୍ରୀ ରାଜନୈତିକ ପରାମର୍ଶ ଦାତା ଗୋପବନ୍ଧୁ ଦାସ,ରଙ୍ଗେଈଲୁଣ୍ଡା ଉପାଧ୍ୟକ୍ଷା, ଜିଲ୍ଲପରିଷଦ ଉପାଧ୍ୟକ୍ଷ ରାଜେଶ୍ୱରୀ ଦୋରା,ସାଂସଦ ପ୍ରତିନିଧି ପ୍ରଦୀପ ମଲାଣ,ସ୍ଥାନୀୟ ଜିଲ୍ଲାପରିଷଦ ଭାରତୀ ନାୟକ,ହୁଗୁଳାପଟ୍ଟା ସରପଞ୍ଚ ବାପେୟା ପାତ୍ର, ଗୁରୁଣ୍ଠି ସରପଞ୍ଚ ବି ମାଗତା ପାତ୍ର ପଞ୍ଚାନନ ସାହୁ,ସମେତ ଛାତ୍ର ନେତା,ଯୁବ ନେତା ଓ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ  l

Advertisement