ADVERTISEMENT
Home ଆଞ୍ଚଳିକ ନିମଖଣ୍ଡି ରଘୁନାଥ ମନ୍ଦିରର ଜମିବିକ୍ରି ହିସାବ ନିମନ୍ତେ ମନ୍ଦିର ପରିଚାଳନା କମିଟି ସହ ଦେବତର ବିଭାଗ...

ନିମଖଣ୍ଡି ରଘୁନାଥ ମନ୍ଦିରର ଜମିବିକ୍ରି ହିସାବ ନିମନ୍ତେ ମନ୍ଦିର ପରିଚାଳନା କମିଟି ସହ ଦେବତର ବିଭାଗ ର ଆଲୋଚନା l

123
ADVERTISEMENT

ନିମଖଣ୍ଡି,୨୧/୧୧(ଇ ରଞ୍ଜନ):- କୁକୁଡାଖଣ୍ଡି ବ୍ଲକ ନିମଖଣ୍ଡି ପଞ୍ଚାୟତରେ ଥିବା ବହୁ ପୁରାତନ ରଘୁନାଥ ମନ୍ଦିରର ବେଆଇନ ଜମିବିକ୍ରି ତଦନ୍ତ ଆରମ୍ଭ ହୋଇଛି l ପୂର୍ବରୁ ବାରମ୍ବାର ଅଭିଯୋଗ ପରେ ଦେବତର ବିଭାଗର ଅଧିକାରୀ ମାନେ ମନ୍ଦିର ଗ୍ରସ୍ତ କରି ମନ୍ଦିର ପରିଚାଳନା କମିଟି ଏବଂ ଗ୍ରାମବାସୀ ଙ୍କ ସହ ବୈଠକରେ ବସି ଆଲୋଚନା କରିଥିଲେ l ଏହି ବୈଠକରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ରାଜନ ସାହୁ ମନ୍ଦିରର ପ୍ରାୟ ୮ ଏକର ଶକ୍ତି ନଗର ଏବଂ ଶ୍ରୀରାମ ନଗର ଅଂଚଳ ରେ ଥିବା ଜମି ଅଧିକ ମୂଲ୍ୟରେ ବିକ୍ରି କରି ଟଙ୍କା ହିସାବ ମାଗିଥିବା ବେଳେ ସଭାପତି ଦାୟିତ୍ୱ ରେ ଥିବା କେ. ସି ପଟ୍ଟନାୟକ ମନ୍ଦିରର ବହୁ ଉର୍ଣ୍ଣୟନ କାର୍ଯ୍ୟ ରେ ଟଙ୍କା ବିନିଯୋଗ କରିଥିବା କହିଥିଲେ l ପୂର୍ବରୁ ଜମି ବିକ୍ରି ହୋଇଥିବା ବେଳେ ତାହା କୋର୍ଟରେ ମାମଲା ବିଚରାଧିନ ଭାବେ ରହିଛି l ଏବଂ ମନ୍ଦିର ପରିଚାଳନା କମିଟି ସରକାରୀ ନିୟମ ଅନୁଯାୟୀ ୨ ବର୍ଷ ରହିଥିବା ବେଳେ ଦେଵତର ବିଭାଗ ସରକାରୀ ନିୟମ ଅନୁଯାୟୀ ପରିବର୍ତନ କାହିଁକି କରୁନାହାନ୍ତି ବୋଲି ପ୍ରଶ୍ନ କରିଥିବା ବେଳେ l ମନ୍ଦିରର ଭଲ ଉର୍ନ୍ନତି କରୁଥିବା କେ ସି ପଟ୍ଟନାୟକଙ୍କ ସପକ୍ଷରେ ଗ୍ରାମର ବହୁ ଲୋକ ବାହାରି ମନ୍ଦିର ବିକାଶ ଦିଗ କୁ ଲକ୍ଷ କରି ପୁନର୍ବାର କେ.ସି ପଟ୍ଟନାୟକ ଙ୍କୁ ସଭାପତି ଦାୟିତ୍ୱ ନିମନ୍ତେ ଚୟନ କରିବା ପାଇଁ ପ୍ରସ୍ତାବ ଦେହିଥିଲେ l ଅନ୍ୟପକ୍ଷରେ ମନ୍ଦିରର ରହିଥିବା ବଳକା ଜମି ବିକ୍ରି ସ୍ଥଗିତ ପାଇଁ କିଛି କମିଟି ବିଭାଗୀୟ ଅଧିକାରୀ ମାନଙ୍କୁ ରାଜନ ସାହୁ ଅନୁରୋଧ କରିଥିଲେ l ଏବଂ ବ୍ୟାଙ୍କରେ ଜମା ରହିଥିବା ବେଳେ ତାହାକୁ ସଠିକ ପରିଚାଳନା ନିମନ୍ତେ ନୂତନ କମିଟି ଘଟନ ନିମନ୍ତେ ଦାବି କରିଥିଲେ l

Advertisement