Saturday, November 21, 2026
ADVERTISEMENT
Home ଜାତୀୟ କଶ୍ମୀର ଗ୍ଲୋବାଲ ଇନଭେଷ୍ଟର୍ସ ମିଟ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିବେ କେନ୍ଦ୍ର ସରକାର

କଶ୍ମୀର ଗ୍ଲୋବାଲ ଇନଭେଷ୍ଟର୍ସ ମିଟ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିବେ କେନ୍ଦ୍ର ସରକାର

294
ADVERTISEMENT

ନୂଆଦିଲ୍ଲୀ, ୧୫/୮(ଏଜେନସି ) : ଜମ୍ମୁ ଓ କଶ୍ମୀରରେ ଆସନ୍ତା ଅକ୍ଟୋବର ମାସରେ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ ଇନଭେଷ୍ଟର୍ସ ମିଟ ର ପ୍ରସ୍ତୁତି ଓ କାର୍ଯ୍ୟାନ୍ଵୟନ ଲାଗି କେନ୍ଦ୍ର ସରକାର ଏକ ଅନ୍ତଃମନ୍ତ୍ରୀମଣ୍ଡଳୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କମିଟିରେ ଶକ୍ତି, ବାଣିଜ୍ୟ, ପର୍ଯ୍ୟଟନ ଓ ଗୃହ ବିଭାଗର ବରିଷ୍ଠ ଅଧିକାରୀମାନେ ସଦସ୍ୟ ରହିବେ । ଜମ୍ମୁ ଓ କଶ୍ମୀରକୁ କିପରି ଅଧିକ ପୁଞ୍ଜିନିବେଶ ଆସିପାରିବ ସେଦିଗରେ ଏହି କମିିଟି ଉଦ୍ୟମ କରିବ । ସୂଚନାଯୋଗ୍ୟ ଯେ ଜମ୍ମୁ ଓ କଶ୍ମୀରର ଶ୍ରୀନଗରଠାରେ ଆସନ୍ତା ଅକ୍ଟୋବର ୧୨ ରୁ ୧୪ ପର୍ଯ୍ୟନ୍ତ ଶ୍ରୀନଗରରେ ଏକ ଗ୍ଲୋବାଲ ଇନଭେଷ୍ଟର୍ସ ମିଟ ଅନୁଷ୍ଠିତ ହେବ । ଏହା ମାଧ୍ୟମରେ ଜମ୍ମୁ ଓ କଶ୍ମୀରକୁ ଏକ ଭରଷାଯୋଗ୍ୟ ପୁଞ୍ଜିନିବେଶସ୍ଥଳୀ ଭାବେ ପ୍ରଦର୍ଶିତ କରାଯିବ । ଏହି ସମ୍ମିଳନୀରେ ଯୋଗ ଦେବାକୁ ଦେଶ ବିଦେଶର ବଡ଼ ବଡ଼ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରାଯିବ । ଏହି ସମ୍ମିଳନୀମାଧ୍ୟମରେ ନିବେଶକଙ୍କ ମନରେ ରହିଥିବା ଭୟ ଓ ଆଶଙ୍କାକୁ ଦୂର କରାଯିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଅଭିଭାଷଣରେ କଶ୍ମୀର ବିକାଶ ଲାଗି ପୁଞ୍ଜିନିବେଶ କରିବାକୁ ନିବେଶକମାନଙ୍କୁ ଆମନ୍ତ୍ରଣ ଜଣାଇଥିଲେ । ଏହା ସହିତ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ସେ ଆମନ୍ତ୍ରଣ କରିଥିଲେ ।

Advertisement