କିନ୍ନରଙ୍କ ଗଣ ବିବାହ ; ବଧୂ ବେଶରେ ୧୫ କିନ୍ନର

229
ADVERTISEMENT

ଛତିଶଗଡ,(ଦୁନିଆ ହାଲ୍ ଚାଲ୍): ରୀତିନୀତି ଓ ଗୁରୁଜନଙ୍କ ଆଶୀର୍ବାଦ ସହ ବଡ ଧୁମଧାମରେ ବିବାହ କରିବାକୁ ସମସ୍ତଙ୍କ ସ୍ବପ୍ନ ରହିଥାଏ । ଏହି ସ୍ବପ୍ନକୁ ସତ କରିବାକୁ ଯାଇ ଛତିଶଗଡର ରାଜଧାନୀ ରାୟପୁରରେ ଶନିବାର ୧୫ ଜଣ କିନ୍ନର ଏକା ସାଙ୍ଗରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବଧୂବେଶ ସାଜିଥିବା ୧୫ ଜଣ କିନ୍ନର ପୁରୁଷ ସାଥୀଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି । ବିବାହ ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ସମସ୍ତ କିନ୍ନରଙ୍କ ନିର୍ବନ୍ଧ ସହ ହଳଦି, ମେହେନ୍ଦି ଓ ସଙ୍ଗୀତ ଉତ୍ସବ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ଏହା ହେଉଛି ପ୍ରଥମ କିନ୍ନର ଗଣ ବିବାହ । ଏହି ବିବାହ ଦେଖିବା ପାଇଁ ବିବାହ ମଣ୍ଡପରେ ଭିଡ ଜମିଥିଲା ।
ସୂଚନାଯୋଗ୍ୟ, ୨୦୧୮ ମସିହା ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇଥିଲେ । ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି) ଧାରା ୩୭୭ର ସାମ୍ବିଧାନିକ ବୈଧତାରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ବୋଲି ରାୟ ଦେଇଥିଲେ । ଏହି ଶୁଣାଣି ପରେ କିନ୍ନରଙ୍କ ପରିସ୍ଥିତିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅନ୍ୟ ନାଗରିକଙ୍କ ଭଳି କିନ୍ନରମାନେ ସମସ୍ତ ଅଧିକାର ପାଇଥିବା ବେଳେ ବର୍ତ୍ତମାନ ରାଜନୀତି କ୍ଷେତ୍ରରେ ମଧ୍ୟ ସେମାନେ ସକ୍ରିୟ ରହିଛନ୍ତି ।

Advertisement