ଶ୍ରୀନଗର,୧୩/ o୮ (ଏଜେନସି ): ଜମ୍ମୁ-କଶ୍ମୀରରେ ଇଦ୍ ସୁରୁଖୁରୁରେ କଟିବା ପରେ ସରକାର ସଂପୃକ୍ତ ଅଞ୍ଚଳରେ ଅତି ଆଡମ୍ବର ସହକାରେ ସ୍ୱାଧୀନତା ଦିବସ ପାଳନ କରିବାର ଯୋଜନା କରୁଛନ୍ତି । ଅଗଷ୍ଟ ୧୫ ତାରିଖରେ ହେବାକୁ ଥିବା ଏହି ବୃହତ୍ ଉତ୍ସବ ସକାଶେ ପୂର୍ବରୁ ଅଭ୍ୟାସ ଜାରି ହୋଇଛି । ଜମ୍ମୁ-କଶ୍ମୀର ଓ ଲଦାଖର ସମସ୍ତ ଜିଲ୍ଲାରେ ଏହି ପୂର୍ବାଭ୍ୟାସ ଆରମ୍ଭ ହୋଇ ଯାଇଛି ବୋଲି ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ସୋମବାର ଶାନ୍ତିପୂର୍ଣ୍ଣ ଇଦ୍ ସମାରୋହ ପରେ ଜମ୍ମୁ-କଶ୍ମୀରରୁ ପ୍ରତିବନ୍ଧାତ୍ମକ ସ୍ଥିତିକୁ କୋହଳ କରାଯାଇଛି । ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଇଦ୍ ସୁରୁଖୁରୁରେ କଟିବା ପରେ ସରକାର ସଂପୃକ୍ତ ଅଞ୍ଚଳରେ ଅତି ଆଡମ୍ବର ସହକାରେ ସ୍ୱାଧୀନତା ଦିବସ ପାଳନ କରିବାର ଯୋଜନା କରୁଛନ୍ତି । ଅଗଷ୍ଟ ୧୫ ତାରିଖରେ ହେବାକୁ ଥିବା ଏହି ବୃହତ୍ ଉତ୍ସବ ସକାଶେ ପୂର୍ବରୁ ଅଭ୍ୟାସ ଜାରି ହୋଇଛି । ଜମ୍ମୁ-କଶ୍ମୀର ଓ ଲଦାଖର ସମସ୍ତ ଜିଲ୍ଲାରେ ଏହି ପୂର୍ବାଭ୍ୟାସ ଆରମ୍ଭ ହୋଇ ଯାଇଛି ବୋଲି ସୂଚନା ରହିଛି । ଜାଣିବାକୁ ମିଳିଛି ଯେ ସୋମବାର ଶାନ୍ତିପୂର୍ଣ୍ଣ ଇଦ୍ ସମାରୋହ ପରେ ଜମ୍ମୁ-କଶ୍ମୀରରୁ ପ୍ରତିବନ୍ଧାତ୍ମକ ସ୍ଥିତିକୁ କୋହଳ କରାଯାଇଛି ।ଉଲ୍ଲେଖଯୋଗ୍ୟ, ଗତ ୫ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହା ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଘୋଷଣା କରିବା ପରେ ସଂପୃକ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଥିଲା। ସେବେଠାରୁ ଟେଲିଫୋନ୍ ଓ ଇଣ୍ଟର୍ନେଟ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।




















