Wednesday, September 23, 2026
ADVERTISEMENT
Home ଜାତୀୟ ଏମିତି ଛେଳି ଯିଏ ଖାଏ କାଜୁ, ଆଲ୍‌ମଣ୍ଡ ଓ କିସ୍‌ମିସ୍‌ ; ଦାମ୍‌ ଜାଣିଲେ ହୋସ୍...

ଏମିତି ଛେଳି ଯିଏ ଖାଏ କାଜୁ, ଆଲ୍‌ମଣ୍ଡ ଓ କିସ୍‌ମିସ୍‌ ; ଦାମ୍‌ ଜାଣିଲେ ହୋସ୍ ଉଡ଼ିଯିବ

298
ADVERTISEMENT

ଲକ୍ଷ୍ନୌ,୧୧/୦୮(ଏଜେନସି ) : ଗୋଟିଏ ଛେଳିର ଦାମ୍ କେତେ ହୋଇଥାଇପାରେ? ସାଧାରଣତଃ ଦୁଇ ଚାରି ହଜାର ହୋଇଥିବ ବୋଲି ଜଣେ ଅନୁମାନ କରିବ। କିନ୍ତୁ ଉତ୍ତର ପ୍ରଦେଶ ହମିରପୁରର ଏକ ଛେଳିର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ଆଜ୍ଞାଁ ହଁ ଏହି ଛେଳିର ଦାମ ଦୁଇ ଚାରି ହଜାର କି ୮-୧୦ ହଜାର ନୁହେଁ। ଏହାର ଦାମ୍ ଏକାଥରକେ ୮ ଲକ୍ଷ ଟଙ୍କା।ଗୁଜର୍ ପ୍ରଜାତିର ଚିତ୍ରା ବିଚିତ୍ରାର ଏହି ଛେଳିକୁ ମାଲିକ ରାଜସ୍ଥାନରୁ କିଣିଥିଲେ। ଏହାର ଲାଳନ ପାଳନ ଏପରି ଭାବେ କଲେ ଯେ ୧୯ ମାସ ଭିତରେ ଛେଳିର ଓଜନ ବଢ଼ି ୨ କ୍ୱିଣ୍ଟାଲ୍‌ ୨୦ କେଜିରେ ପହଞ୍ଚିଛି। ମାଲିକଙ୍କ କହିବା ଅନୁଯାୟୀ ପ୍ରତିଦିନ ଛେଳିକୁ ସେ କାଜୁ, ଆଲମଣ୍ଡ, କିସ୍‌ମିସ୍ ଓ ଅନ୍ୟାନ୍ୟ ଡ୍ରାଏ ଫ୍ରୁଟ୍‌ସ ଖାଇବାକୁ ଦିଅନ୍ତି। ପ୍ରତିଦିନ ଏକ ଘଣ୍ଟା ମାଲିସ ମଧ୍ୟ କରିଥାନ୍ତି। ସେଥିପାଇଁ ଛେଳିର ଏତେ ଓଜନ ବଢ଼ିଛି। ଏବଂ ତାକୁ କିଣିବା ପାଇଁ ୮ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ଗ୍ରାହକ ରାଜି ଅଛନ୍ତି।

Advertisement