ନୂଆଦିଲ୍ଲୀ,୧୧/୦୮(ଏଜେନସି ) : ଛତିଶଗଡର ରାୟପୁରବାସୀ ସ୍ୱାଧୀନତା ଦିବସ ପୂର୍ବରୁ ଦେଶପ୍ରେମର ଏକ ନିଆରା ଉଦାହରଣ ଦେଖାଇଛନ୍ତି । ରାୟପୁରରେ ୧୫ କିମି ପର୍ଯ୍ୟନ୍ତ ବିଶାଳ ମାନବଶୃଂଖଳ ହୋଇ ସେଥିରେ ୧୫ କିମି ଲମ୍ବର ତ୍ରିରଙ୍ଗା ପତାକା ପ୍ରଦର୍ଶନ ହୋଇଛି। ଏଭଳି ତିରଙ୍ଗା ଫଟୋ ଏନ୍ଆଇ ଟୁଇଟର ପୋଷ୍ଟ ହେବା ପରେ ଲୋକେ ଏହାକୁ ବେଶ୍ ପସନ୍ଦ କରିଛନ୍ତି । ତେବେ ସହରର ରାସ୍ତାର ଦୁଇ ପଟରେ ୧୫କିମିର ଏହି ତ୍ରିରଙ୍ଗା ପତାକା ଦେଖିବାକୁ ମିଳିଛି । ଉଭୟ ପଟେ ଛାତ୍ରଛାତ୍ରୀ ଓ ବିଭିନ୍ନ ଲୋକ ହାତରେ ପତାକା ଧରି ପ୍ରଦର୍ଶନ କରିଛନ୍ତି । ରାୟପୁରରେ ପ୍ରଥମେ ଥର ପାଇଁ ଏପରି ବିଶାଳ ତ୍ରିରଙ୍ଗା ସହିତ ମାନବଶୃଂଖଳ ଦେଖି ରାସ୍ତାରେ ଯିବା ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହେବା ସହିତ ଦୃଶ୍ୟକୁ ବେଶ ଉପଭୋଗ କରିଥିଲେ ।