ଭାରତରେ ଅନୁପ୍ରବେଶ ପାଇଁ ସୀମା ଆରପଟେ ୧୫୦ରୁ ଅଧିକ ଆତଙ୍କବାଦୀ ଠୁଳ ହୋଇଛନ୍ତି

225
ADVERTISEMENT

ନୂଆଦିଲ୍ଲୀ,୧୧/୦୮(ଏଜେନସି ) : ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସୀମା ଆରପଟେ ଏକାଠି ହେଉଛନ୍ତି ଆତଙ୍କୀ । ପାକ୍ ଅଧିକୃତ କାଶ୍ମୀରରେ ପ୍ରାୟ ଦେଢ ଶହ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ଉଦ୍ୟମ କରୁଛି ପାକିସ୍ତାନ । ଏନେଇ ଗୁଇନ୍ଦା ସୂଚନା ଦେବା ପରେ ହାଇଆଲର୍ଟରେ ଭାରତୀୟ ସେନା । ଏଫ ଏ ଟି ଏଫ୍ ର ମେ ୨୦୧୯ ଡେଡଲାଇନ ଅନୁସାରେ ପାକିସ୍ତାନରେ ଗତ ମେ ମାସ ଯାଏଁ ପୁରା ଥମି ଯାଇଥିଲା ଆତଙ୍କୀ ଶିବିର । ହେଲେ ଜାମ୍ମୁକାଶ୍ମୀରରେ ସୈନ୍ୟ ବଳ ବଢିବା ,ଧାରା ୩୭୦ ହଟିବା ପରେ ପରେ ଏବେ ପିଓକେରେ ଥିବା ଆତଙ୍କୀ କ୍ୟାମ୍ପ ଗୁଡିକରେ ପୁଣି ଆରମ୍ଭ ହୋଇଯାଇଛି ହଲଚଲ । ପିଓକେ ସୀମାରେ ଥିବା ୧୨ ରୁ ଅଧିକ ଆତଙ୍କୀ କ୍ୟାମ୍ପକୁ ପୁଣି ସକ୍ରିୟ କରିଦେଇଛି ଇସଲାମାବାଦ । ଗତ ସପ୍ତାହକ ମଧ୍ୟରେ ଏହି କ୍ୟାମ୍ପ ଗୁଡିକରେ ଆତଙ୍କୀଙ୍କ ସଂଖ୍ୟା ବଢିବା ଦେଖିବାକୁ ମିଳିଥିବା ଗୁଇନ୍ଦା ସୂଚନା ଦେଇଛି । ପିଓକେ କୁ ଲାଗିକରି ପାକିସ୍ତାନ ପଟେ ଥିବା କୋଟଲି, ରାବଲକୋଟ, ୱାଘା ଏବଂ ମୁଜାଫରାବାଦରେ ଏହି ଆତଙ୍କୀ ଶିବିର ରହିଛି । ପ୍ରତ୍ୟକ୍ଷ ରୂପରେ ପାକ୍ ସେନାର ସହଯୋଗରେ ଏହି କ୍ୟାମ୍ପ ପୁଣି ସକ୍ରିୟ ହୋଇଥିବା ଭାରତୀୟ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଭାରତୀୟ ସେନାକୁ ହାଇଆଲର୍ଟରେ ରଖାଯାଇଛି ।

Advertisement