Tuesday, September 22, 2026
ADVERTISEMENT
Home ରାଜନୀତି କଂଗ୍ରେସ ଭବନରେ ଟଣାଓଟରା ଘଟଣା

କଂଗ୍ରେସ ଭବନରେ ଟଣାଓଟରା ଘଟଣା

443
ADVERTISEMENT

ଭୁବନେଶ୍ୱର,(ଦୁନିଆ ହାଲ୍ ଚାଲ୍) : ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କୁ ଟଣା ଓଟରା କରିବା ଘଟଣାର ତଦନ୍ତ କରାଯିବ। ଗତକାଲିଠାରୁ କଂଗ୍ରେସ ଭବନ ଆଗରେ ଧାରଣାରେ ବସିଥିବା ସୁମିତ୍ରା ଜେନାଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଲୋଚନା କରିଛନ୍ତି। ପିସିସି ସଭାପତିଙ୍କ ସହ ଆଲୋଚନା ପରେ ସୁମିତ୍ରା କହିଛନ୍ତି,“ ପିସିସି ସଭାପତି ଏକ ତଦନ୍ତ କମିଟି ଗଠନ କରିବାକୁ କହିଛନ୍ତି।  ତଦନ୍ତ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପିସିସି ସଭାପତି ପ୍ରତିଶ୍ରୁତି ଦେଇଛନ୍ତି। ଦଳର ନେତା ଅନନ୍ତ ସେଠୀ, ଚିରଞ୍ଜୀବ ବିଶ୍ୱାଳ, ମାନସ ଚୌଧୁରୀଙ୍କୁ ନେଇ ଏହି ତଦନ୍ତ କମିଟି ଗଠନ କରାଯାଇଛି।” ଗତକାଲିଠାରୁ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୁଷ୍ଟ ଥିବା ସୁମିତ୍ରା ଜେନାଙ୍କ ନେତୃତ୍ୱରେ କିଛି ମହିଳା କଂଗ୍ରେସ କର୍ମୀ କଂଗ୍ରେସ ଭବନରେ ତାଲା ପକାଇ ଧାରଣା ଦେଇଥିଲେ। ତେବେ ଭଦ୍ରକ ଜିଲ୍ଲାର ଆଉ କିଛି କଂଗ୍ରେସ କର୍ମୀ ଗେଟ୍ ଖୋଲି କଂଗ୍ରେସ ଭବନରେ ପ୍ରବେଶ କରିବାରୁ ଏହାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ତାଙ୍କୁ ଟଣାଓଟରା କରାଯାଇଥିବା ସୁମିତ୍ରା ଅଭିଯୋଗ କରିଥିଲେ। ଏଥିସହ ଅଣକଂଗ୍ରେସ କର୍ମୀ ତାଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରି ସେ କଂଗ୍ରେସ ଭବନ ଆଗରେ ଧାରଣା ଦେଇଥିଲେ।

Advertisement