ଭୁବନେଶ୍ୱର,୦୧।୦୮(ଡ଼ି.ଏଚ ବ୍ୟୁରୋ):-ଆସନ୍ତା ଅଗଷ୍ଟ ୩ରୁ ୫ତାରିଖ ଯାଏ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ। ରାଷ୍ଟ୍ରପତି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଟକ ଯିବେ ଏବଂ ପରଦିନ ଟ୍ରେନ ଯୋଗେ ଭୁବନେଶ୍ବରରୁ ବ୍ରହ୍ମପୁର ଗସ୍ତ କରିବେ।ଏବଂ ଗସ୍ତ ସମୟରେ ରାଷ୍ଟ୍ରପତି ବିଭିନ୍ନ ଜିଲ୍ଲାରେ ଆୟୋଜିତ ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମଗୁଡ଼ିକରେ ଅଂଶଗ୍ରହଣ କରିବେ।

















