Friday, September 4, 2026
ADVERTISEMENT
Home ଜାତୀୟ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ଜମ୍ମୁକାଶ୍ମୀର ପୁନର୍ଗଠନ ବିଲକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

327
ADVERTISEMENT

ନୂଆଦିଲ୍ଲୀ, ୭/୮, ଏଜେନସି : ଜମ୍ମୁକାଶ୍ମୀର ପୁନର୍ଗଠନ ବିଲକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏବେ ବିଧିବଦ୍ଧ ଭାବେ ଜମ୍ମୁକାଶ୍ମୀର ଓ ଲଦାଖ ଅଲଗା ହୋଇଯାଇଛି । ଲୋକସଭାରେ ମଙ୍ଗଳବାର ଜମ୍ମୁ ଓ କଶ୍ମୀର ପୁନର୍ଗଠନ ବିଲ ଗୃହୀତ ହୋଇଛି । ଏହି ବିଲ ସପକ୍ଷରେ ୩୭୦ ଟି ଭୋଟ ଓ ବିପକ୍ଷରେ ୭୦ ଟି ଭୋଟ ପଡିଥିଲା । ସୋମବାର ଏହା ରାଜ୍ୟସଭାରେ ଗୃହୀତ ହୋଇଥିଲା । ଦୁଇ ସଦନରେ ଗୃହୀତ ହେବା ପରେ ଏବେ ଏହା ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଁ ପଠାଯାଇଥିଲା । ରାଷ୍ଟ୍ରପତିଙ୍କ ମଂଜୁରୀ ମିଳିବା ପରେ ଏହା ଆଇନରେ ପରିଣତ ହୋଇଯାଇଛି । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଜମ୍ମୁକାଶ୍ମୀର ଏବେ ରାଜ୍ୟ ମାନ୍ୟତା ହରାଇଛି । ସେହିପରି ଜାମ୍ମୁକାଶ୍ମୀର ଠାରୁ ଅଲଗା ହେଲା ଲଦ୍ଦାଖ । ଜାମ୍ମୁକାଶ୍ମୀର ଓ ଲଦ୍ଦାଖ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଛ । ତେବେ ଲୋକସଭାରେ ଏହି ବିଲ୍ ଗୃହୀତ ହେବାପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜମ୍ମୁ, କଶ୍ମୀର ଏବଂ ଲଦାଖର ଭାଇ ଓ ଭଉଣୀଙ୍କୁ ସେମାନଙ୍କ ସାହସ ଓ ଧୈର୍ଯ୍ୟ ପାଇଁ ଅଭିବାଦନ ଜଣାଇଛନ୍ତି । ଏହି ବିଲ୍ ଜମ୍ମୁ କଶ୍ମୀର ଅଞ୍ଚଳର ସମନ୍ବୟ ଏବଂ ସଶକ୍ତୀକରଣରେ ସହା‌ୟକ ହେବ। ରାଜ୍ୟର ଯୁବବର୍ଗଙ୍କୁ ଏହା ମୁଖ୍ୟସ୍ରୋତରେ ସାମିଲ କରିପାରିବ। କେବଳ ସେତିକି ନୁହେଁ, ସେମାନଙ୍କ ଦକ୍ଷତା ଏବଂ ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ଏହା ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବ। ଏଥିସହିତ ସ୍ଥାନୀୟ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ହେବ ବୋଲି ମୋଦୀ କହିଛନ୍ତି।


Advertisement