ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଭାବୁକ ହୋଇପଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

200
ADVERTISEMENT

ନୂଆଦିଲ୍ଲୀ୭/୮, ଏଜେନସି : ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ଭାବୁକ ହୋଇପଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ସୁଷମାଙ୍କ ଝିଅ ଓ ଜ୍ୱାଇଁଙ୍କ ସହ କଥା ହେବାବେଳେ ଭାବୁକ ହୋଇପଡିଥିଲେ । ଏହାପୂର୍ବରୁ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଷମାଙ୍କ ନିଧନରେ ଶୋକ ପ୍ରକାଶ କରିବା ସହ ତାଙ୍କ କାର୍ଯ୍ୟକାଳକୁ ପ୍ରଶଂସା କରିଥିଲେ । ମୋଦୀ ଲେଖିଥିଲେ ଯେ ଜଣେ ସୁଦକ୍ଷ ପ୍ରଶାସିକା ଭାବେ ସୁଷମା ଯେତେଗୋଟି ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିଛନ୍ତି ସବୁଥିରେ ଉନ୍ନତ କାମ କରିଛନ୍ତି । ବହୁ ରାଷ୍ଟ୍ରଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରିବାରେ ତଥା ନୂଆ ଦିଗରେ ସେ ଅନେକ କାମ କରିଛନ୍ତି । ବିଶ୍ୱର ଯେ କୌଣସି ସ୍ଥାନରେ ଅସୁବିଧାରେ ପଡିଥିବା ଭାରତୀୟଙ୍କୁ ସାହାଯ୍ୟ କରିଥିଲେ । ମୋଦୀ ଲେଖିଛନ୍ତି ଯେ ଭାରତର ଜଣେ ଭଲ ନେତାଙ୍କୁ ହରାଇ ଦୁଃଖୀ, ଯିଏ କି ନିଜର ଜୀବନ ସମାଜସେବା ଓ ଗରିବଙ୍କ ଜୀବନକୁ ସୁନ୍ଦର କରିବା ପାଇଁ ବିତାଇଥିଲେ । କୋଟି କୋଟି ଲୋକଙ୍କ ପାଇଁ ସୁଷମା ପ୍ରେରଣା ହୋଇ ରହିବେ ବୋଲି ମୋଦୀ ଟ୍ୱିଟରରେ ଲେଖିଥିଲେ ।

Advertisement