Friday, November 20, 2026
ADVERTISEMENT
Home ଜାତୀୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ :ଉତ୍ତରପ୍ରଦେଶର ଅଯୋଧ୍ୟାରେ ହେବାକୁ ଥିବା ଏୟାର ପୋର୍ଟକୁ ଭଗବାନ ରାମଙ୍କ...

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ :ଉତ୍ତରପ୍ରଦେଶର ଅଯୋଧ୍ୟାରେ ହେବାକୁ ଥିବା ଏୟାର ପୋର୍ଟକୁ ଭଗବାନ ରାମଙ୍କ ନାମରେ ନାମିତ ହେବ

235
ADVERTISEMENT

ନୂଆଦିଲ୍ଲୀ,୦୩/୦୩(ଡ଼ି.ଏଚ/ବ୍ୟୁରୋ): ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ ବଜେଟ ଉପସ୍ଥାପନ ବେଳେ ଅଯୋଧ୍ୟାରେ ହେବାକୁ ଥିବା ଏୟାର ପୋର୍ଟକୁ ଭଗବାନ ଶ୍ରୀରାମଙ୍କ ନାମରେ ନାମିତ କରିବେ ବୋଲି ଘୋଷଣା କରିଛନ୍ତି। ଯଦି ଏମିତି ହୁଏ ତେବେ ଏହା ଭାଗବାନଙ୍କ ନାମରେ ନାମିତ ଭାରତର ପ୍ରଥମ ବିମାନ ବନ୍ଦର ହେବ ।
ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ରହିଛି ଏହି ଇଣ୍ଟରନାଶନାଲ ଏୟାର ପୋର୍ଟ । ଏହାର ନାମ ରଖାଯାଇଛି ସ୍ୱର୍ଣ୍ଣଭୂମି ଏୟାରପୋର୍ଟ। ଦକ୍ଷିଣ ଏସିଆର ଏହା ସବୁଠାରୁ ବଡ ବିମାନ ବନ୍ଦର। ବ୍ୟାଙ୍କକ୍‌ର ଏହି‌ ଏୟାରପୋର୍ଟରେ ଥିବା ଅମୃତମନ୍ଥନର ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଏଥିରେ ଦେବତା ଓ ରାକ୍ଷସଙ୍କ ମଧ୍ୟରେ ଅମୃତ ପାଇବା ପାଇଁ ହୋଇଥିବା ଯୁଦ୍ଧର ଦୃଶ୍ୟ ରହିଛି।ଏଥିରେ ରସିର କାମ ବାସୁକୀ କରିଛି। ସବୁ ପ୍ରତିମୂର୍ତ୍ତି ଥାଇଲାଣ୍ଡ ଶୈଳୀରେ ତିଆରି କରାଯାଇଛି। ଏଠାରେ ନାଗ ଉପରେ ଭଗବାନ ବିଷ୍ଣୁ ବିରାଜମାନ କରିଛନ୍ତି । ବୌଦ୍ଧ ଧର୍ମର ଦେଶ ଥାଇଲାଣ୍ଡ। ଏଠାରେ ଅଧିକାଂଶ ଲୋକ ବୌଦ୍ଧ ଧର୍ମାବଲମ୍ବୀ। କିନ୍ତୁ ପୂର୍ବରୁ ଏଠାରେ ହିନ୍ଦୁଧର୍ମ ପ୍ରଚଳିତ ଥିଲା। ଏବେ ବି ଏହି ଦେଶରେ ଅଧିକାଂଶ ପର୍ବ ହିନ୍ଦୁ ରୀତି ରିବାଜ ଅନୁସାରେ ହୋଇଥାଏ। ଥାଇଲାଣ୍ଡର ରାଜା ଭୂମିବୋଲ ଏହି ଏୟାରପୋର୍ଟର ନାମ ସ୍ୱର୍ଣ୍ଣଭୂମି ରଖିଥିଲେ ଏବଂ ଏହାକୁ ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରିଥିଲେ। ସେଥିପାଇଁ ବିମାନବନ୍ଦରରେ ଭଗବାନ ବିଷ୍ଣୁଙ୍କ ଆଭାସ ଦେଖିବାକୁ ମିଳିଥାଏ।

ଏୟାର ପୋର୍ଟରେ ବିଷ୍ଣୁଙ୍କ ବାହନ ଗରୁଡଙ୍କର ମଧ୍ୟ ଏକ ବିରାଟ ପ୍ରତିମୂର୍ତ୍ତି ଲାଗିଛି। ହିନ୍ଦୁ ଧର୍ମ ସହ ବୌଦ୍ଧଧର୍ମର ଝଲକ ମଧ୍ୟ ଦେଖିବାକୁ ମିଳିଥାଏ ଏଠି। ଦିନ ଥିଲା, ମାଲେସିଆ, ଇଣ୍ଡୋନେସିଆ, ମାଲଦୀପ, କମ୍ବୋଡ଼ିଆରେ ହିନ୍ଦୁ ଧର୍ମ ଓ ସଂସ୍କୃତି ପ୍ରଚଳିତ ଥିଲା। ହେଲେ ପରେ ଏହାର ସ୍ଥାନ ବୌଦ୍ଧ ଏବଂ ପରେ ମୁସ୍‌ଲିମ୍‌ ଧର୍ମ ନେଇଥିଲା। ଏହା ସତ୍ତ୍ୱେ ଏହିସବୁ ଦେଶରେ ହିନ୍ଦୁ ମନ୍ଦିର ଏବଂ ସଂସ୍କୃତି ଏବେ ବି ରହିଛି ଯାହା ପୂର୍ବ ସ୍ମୃତିକୁ ମନେ ପକେଇ ଦେଉଛି।

Advertisement