କାର୍‌ ସହ ତେଲ ଟ୍ୟାଙ୍କର୍‌ ଧକ୍କା ଯମୁନା ଏକ୍ସପ୍ରେସୱେରେ : ୭ ମୃତ

181
ADVERTISEMENT

ମଥୁରା:,୨୪/୦୨/୨୧(ଡ଼ି.ଏଚ/ବ୍ୟୁରୋ): ମଙ୍ଗଳବାର ବିଳମ୍ବିତ ରାତ୍ରରେ ନୌଝିଲ୍‌ ଥାନା ନିକଟ ଯମୁନା ଏକ୍ସପ୍ରେସ୍‌େଓ୍ଵରେ ଗୋଟାଏ ତେଲ ଟ୍ୟାଙ୍କର୍‌ ଏକ କାର୍‌ ସହ ଧକ୍କା ଖାଇବାରୁ ଅନ୍ୟୂନ ସାତଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମଥୁରାର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଗୌରବ ଗ୍ରୋଭର୍‌ଙ୍କ କହିବା ଅନୁସାରେ, ଯମୁନା ଏକ୍ସ୍‍ପ୍ରେସ୍‌େଓ୍ଵରେ ଯିବା ବେଳେ ଗୋଟାଏ ତେଲ ଟ୍ୟାଙ୍କର୍‌ ଏକ କାର୍‌ ସହ ଧକ୍କା ଖାଇବାରୁ ଦୁଇଜଣ ମହିଳାଙ୍କ ସମେତ ସାତଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତେଲ ଟ୍ୟାଙ୍କର୍‌ଟି ଆଗ୍ରା ଆଡ଼କୁ ଯାଉଥିଲା। ପ୍ରାଥମିକ ତଦନ୍ତ ଅନୁସାରେ, ଟ୍ୟାଙ୍କରଟି ରାସ୍ତାର ଡିଭାଡର୍‌ର (ବିଭାଜିକା) ସହ ଧକ୍କା ଖାଇଥିଲା। ଏହି ଧକ୍କା ସମୟରେ କାର୍‌ଟି ଡିଭାଇଡର୍‌ ଓ ଟ୍ୟାଙ୍କର୍‌ ମଝିକୁ ଚାଲି ଆସିଥିଲା। ଘଟଣାସ୍ଥଳରେ ହିଁ କାର୍‌ରେ ଯାତ୍ରା କରୁଥିବା ସମସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସଂକ୍ରାନ୍ତରେ ମୃତବ୍ୟକ୍ତିମାନଙ୍କ ଆତ୍ମୀୟମାନଙ୍କୁ ଅବଗତ କରାଯାଇଛି । ଶବଗୁଡ଼ିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ଦୁର୍ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଥିବା ସୂଚନା ମିଳିଛି ।

Advertisement