ରାଷ୍ଟ୍ରପତି ରାମନାଥ କୋବିନ୍ଦ: ଅହମଦାବାଦରେ କ୍ରିକେଟ୍‌ ଷ୍ଟାଡିୟମ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁରେ ପୁନଃ ନାମିତ

182
ADVERTISEMENT

ଅହମଦାବାଦ,୨୪/୦୨/୨୧(ଡ଼ି.ଏଚ/ବ୍ୟୁରୋ): ବୁଧବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁଜରାଟର ଅହମଦାବାଦରେ ୧,୧୦,୦୦୦ ଦର୍ଶକ ଧାରଣ କରିବା ସାମର୍ଥ୍ୟ ଥିବା ବିଶ୍ୱର ବୃହତ୍ତମ କ୍ରିକେଟ୍‌ ଷ୍ଟାଡିୟମ୍‌ ‘ନିୟୁ ମୋଟେରା ଷ୍ଟାଡିୟମ୍‌’ର ଶୁଭ ଉଦ୍‌ଘାଟନ କରିଛନ୍ତି। ନବିକରଣ ହୋଇଥିବା ଏହି ମୋଟେରା ଷ୍ଟ୍ରଡିୟମ୍‌କୁ ‘ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌’ଭାବେ ପୁନଃ ନାମିତ କରାଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ତାଙ୍କ ସହ ଯୋଗ ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ। ଦୁଇ ଥର ଆଞ୍ଜିଓପ୍ଲାଷ୍ଟି ହୋଇଥିବା କାରଣରୁ ‘ବିସିସିଆଇ’ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଏହି ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ପାରି ନାହାନ୍ତି। ଆଜି ଏହି ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ୍‌ ମଧ୍ୟରେ ଦିବାରାତ୍ର କ୍ରିକେଟ୍‌ ମ୍ୟାଚ୍‌ ଆୟୋଜନ କରାଯାଇଛି। ଅପରାହ୍ଣ ୨ଟାରେ ଟସ୍‌ ପଡ଼ିବା ପରେ ୨:୩୦ରୁ ଏହି ଷ୍ଟାଡିୟମ୍‌ରେ ଭାରତ ଏବଂ ଇଂଲଣ୍ଡ୍‌ ମଧ୍ୟରେ ତୃତୀୟ ଟେଷ୍ଟ୍‍ କ୍ରିକେଟ୍‌ ମ୍ୟାଚ୍‌ ଆରମ୍ଭ ହେବ । ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି ଯେ, ଏହି ନବନିର୍ମିତ ମୋଟେରା ଷ୍ଟାଡିୟମ୍‌ ଖାଲି ସର୍ବବୃହତ୍‌ ନୁହେଁ, ବିଶ୍ୱର ଅନ୍ୟତମ ସର୍ବୋତ୍ତମ ଷ୍ଟାଡିୟମ୍‌ ମଧ୍ୟ। ଟେଷ୍ଟ୍‍ ମ୍ୟାଚ୍‌ର ଦିନକ ପୂର୍ବରୁ ରିଜିଜୁ ଏବଂ ବିସିସିଆଇ ସେକ୍ରେଟେରି ଜୟ ଶାହ ଏହି ଷ୍ଟାଡିୟମ୍‌ ପରିଦର୍ଶନ କରିଥିଲେ ।

Advertisement