ନାସାର ମଙ୍ଗଳ ମିଶନ୍‌ରେ ଭାରତୀୟ ବୈଜ୍ଞାନିକଙ୍କ ପ୍ରମୁଖ ଭୂମିକା

153
ADVERTISEMENT

ନୂଆଦିଲ୍ଲୀ,୧୯/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା NASA(National Aeronautics and Space Administration) ଇତିହାସ ରଚିଛି। ନାସାର ଯାନ ‘ପର୍ସିଭିରନ୍ସ ରୋଭର’ ମଙ୍ଗଳ ଗ୍ରହରେ ସଫଳତାର ସହ ଅବତରଣ କରିଛି। ୭ ମାସ ପରେ ଏହି ରୋଭର ମଙ୍ଗଳ ଗ୍ରହରେ ଅବତରଣ କରିଛି। ଭାରତୀୟ ସମୟ ଅନୁସାରେ, ଗୁରୁବାର ରାତି ୨ଟା ୨୫ ମିନିଟରେ ଏହି ରୋଭର ଅବତରଣ କରିଥିଲା। ମଙ୍ଗଳ ଗ୍ରହରେ ରୋଭର ସଫଳତାର ସହ ଲ୍ୟାଣ୍ଡ୍‌ କରିବା ମାତ୍ରେ କାଲିଫର୍ଣ୍ଣିଆ ସ୍ଥିତ ଜେଟ୍ ପ୍ରପଲସନ୍ ଲାବୋରେଟୋରୀରେ ଖୁସିର ବାତାବରଣ ଖେଳି ଯାଇଥିଲା। ଏହି ମିଶନ ଦ୍ୱାରା ବୈଜ୍ଞାନିକଙ୍କୁ ମହାକାଶ ଗବେଷଣା ନେଇ ଅଧିକ ତଥ୍ୟ ମିଳିପାରିବ। ୬ ଚକିଆ ଏହି ରୋଭର ଯାନ ମଙ୍ଗଳ ଗ୍ରହରେ ଜୀବସତ୍ତାର ସନ୍ଧାନ କରିବ। ମଙ୍ଗଳ ଗ୍ରହରେ ଯଦି କେବେ ବି ଜୀବସତ୍ତା ଥିବ, ତା’ହେଲେ ଏହା ୩ରୁ ୪ ନିୟୁତ ବର୍ଷ ପୂର୍ବେ ରହିଥିବ ବୋଲି ନାସାର ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। ସେହି ସମୟରେ ମଙ୍ଗଳ ଗ୍ରହରେ ଜଳ ରହିଥିବା ବୈଜ୍ଞାନିକମାନେ ଅନୁମାନ କରଛନ୍ତି। ନାସାର ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ ଗ୍ରହକୁ ପଠାଯାଇଥିବା ସବୁଠାରୁ ବୃହତ ରୋଭର ହେଉଛି ‘ପର୍ସିଭିରନ୍ସ ରୋଭର’ । ୧୯୭୦ ପରେ ନାସାର ଏହା ନବମ ମଙ୍ଗଳ ଅଭିଯାନ। ନାସା ବୈଜ୍ଞାନିକଙ୍କ ସୂଚନା ଅନୁସାରେ, ‘ପର୍ସିଭିରନ୍ସ ରୋଭର’କୁ ମଙ୍ଗଳ ପୃଷ୍ଠରେ ଲ୍ୟାଣ୍ଡ୍‌ କରିବାର ଶେଷ ୭ ମିନିଟ ଥିଲା ସବୁଠାରୁ କଠିନ। ‘ପର୍ସିଭିରନ୍ସ ରୋଭର’ ଟେରେନ୍ ରିଲେଟିଭ୍ ନାଭିଗେସନ୍ ଜରିଆରେ ମଙ୍ଗଳ ଗ୍ରହରେ ଅବତରଣ କରିଥିଲା। ମଙ୍ଗଳ ଗ୍ରହରେ ଲ୍ୟାଣ୍ଡିଂ ପୂର୍ବରୁ ପ୍ରଥମେ ‘ପର୍ସିଭିରନ୍ସ ରୋଭର’କୁ ନେଇ ଯାଇଥିବା ଯାନ ଏହାଠାରୁ ଅଲଗା ହୋଇଥିଲା। ଏହାର ୧୦ ମିନିଟ୍‌ ପରେ ମଙ୍ଗଳ ଗ୍ରହକୁ ଯାଉଥିବା ଏହି ଯାନ ଘଣ୍ଟାପ୍ରତି ୧୨ ହଜାର କିଲୋମିଟର ମାଇଲ ଗତିରେ ମଙ୍ଗଳର ବାୟୁମଣ୍ଡଳକୁ ସ୍ପର୍ଶ କରିଥିଲା।

ନାସାର ମଙ୍ଗଳ ମିଶନ୍‌ରେ ଭାରତୀୟ ବୈଜ୍ଞାନିକଙ୍କ ପ୍ରମୁଖ ଭୂମିକା ରହିଛି। ଏହି ମିଶନ୍‌ରେ ନାସାରେ କାର୍ଯ୍ୟରତ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଡାକ୍ତର ସ୍ୱାତୀ ମୋହନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।  ରୋଭର୍‌ର ଲ୍ୟାଣ୍ଡିଂ ଓ ମଙ୍ଗଳ ପୃଷ୍ଠରେ ଅବତରଣ ପ୍ରକ୍ରିୟା ଦାୟିତ୍ୱରେ ସ୍ୱାତୀ ମୋହନ ଥିଲେ। ଯେତେବେଳେ ସାରା ବିଶ୍ୱ ଏହି ଐତିହାସିକ ମୁହୂର୍ତ୍ତକୁ ଦେଖୁଥିଲା, ସେହି ସମୟରେ ଡାକ୍ତର ସ୍ୱାତୀ ମୋହନ ଏହାର ସଫଳତା ଓ ଏହାର ଗୋଟି ଗୋଟି ଗତିବିଧିକୁ ଅନୁସରଣ କରୁଥିଲେ। ପର୍ସିଭିରନ୍ସ ରୋଭରର ନିର୍ମାଣ, ବିକାଶ ଓ ଏହାକୁ ମଙ୍ଗଳ କକ୍ଷରେ ପହଞ୍ଚାଇବା ଭଳି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସେ ନିକଟରୁ ଅନୁଧ୍ୟାନ କରିଛନ୍ତି। ଭାରତରେ ଜନ୍ମ ଗ୍ରହଣ କରିଥିବା ସ୍ୱାତୀ ଜନ୍ମ ହେବାର ବର୍ଷକ ପରେ ପରିବାର ସହ ଆମେରିକା ଚାଲି ଆସିଥିଲେ। ଛୋଟ ବେଳୁ ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖିଥିବା ସ୍ୱାତୀ ଏବେ ବିଶ୍ୱର ସବୁଠୁ ବଡ଼ ମହାକାଶ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। 

Advertisement