ପୁଲୱାମା ଆକ୍ରମଣକୁ ପୂରିଲା ୨ ବର୍ଷ : ବୀର ଯୱାନଙ୍କୁ ମନେ ପକାଉଛି ଦେଶ

176
ADVERTISEMENT

ନୂଆଦିଲ୍ଲୀ,୧୪/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ପୁଲୱାମା ଆକ୍ରମଣକୁ ଆଜିକୁ ୨ ବର୍ଷ ପୂରିଲା । ଠିକ୍ ଆଜିର ଦିନରେ ୪୦ ଜଣ ବୀର ପୁତ୍ରଙ୍କୁ ହରାଇଥିଲା ଭାରତ। ଇତି ମଧ୍ୟରେ ପୁଲୱାମାକୁ ୨ ବର୍ଷ ପୂରିଯାଇଛି। ହେଲେ ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମା’ମାଟି, ଗୁମୁରି ଗୁମୁରି କାନ୍ଦୁଛନ୍ତି ପରିବାର ଓ ପ୍ରିୟଜନ। ଆଉ ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଝୁରୁଛି ମାତୃଭୂମି । ସେଦିନ ଥିଲା ଗୁରୁବାର , ତାରିଖ ଥିଲା ୧୪ ଫେବୃୟାରୀ ୨୦୧୯ । ସାରା ଦେଶ ପ୍ରେମ ଦିବସ ପାଳନ କରୁଥିବା ବେଳେ ହଠାତ୍ ଦ୍ୱିପ୍ରହର ୩.୩୦ ରେ ଆସିଲା ହୃଦୟବିଦାରକ ଖବର । ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା । ସବୁଦିନ ପରି ଯବାନ ମାନେ ‘ମେରେ ଦେଶ୍ କି ଧରତୀ’ ଗୀତ ଗାଇ ଗାଇ ଗନ୍ତବ୍ୟ ସ୍ଥଳକୁ ଆଗେଇ ଚାଲିଥିଲେ। ସିଆରପିଏଫ୍ ଯବାନଙ୍କ ଗାଡି ପୁଲୱାମା ପହଁଚିଛି କି ନାହିଁ ରାସ୍ତାର ଆରପଟରୁ ଆସୁଥିବା ଗୋଟିଏ କାର୍ ଗାଡିକୁ ଧକ୍କା ଦେଇଥିଲା । କେହି କିଛି ବୁଝିବା ପୂର୍ବରୁ ଏତେ ଜୋର୍ ରେ ବିସ୍ଫୋରକ ହୋଇଥିଲା ଯେ ଏଥିରେ ସାରା ଦେଶର ଛାତି ଥରି ଉଠିଲା । ରାଜପଥ ଉପରେ ଲମ୍ବା ଲାଇନ୍ ହୋଇ ଆଗକୁ ବଢ଼ୁଥିଲା ସିଆର୍ପିଏଫ୍ ଯବାନଙ୍କ କାଫିଲା । ୭୮ଟି ବସରେ ଟ୍ରାଂଜିଟ୍ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢ଼େଇ ହଜାର ଯବାନ । ସବୁ କିଛି ସ୍ୱାଭାବିକ୍ ଚାଲିଥିଲା । ହେଲେ ହଠାତ୍ ଖୁବ୍ ଜୋରରେ ଶୁଭିଲା ଏକ ବିସ୍ଫୋରଣର ଭୟଙ୍କର ଶବ୍ଦ । ଆଉ ତା ପରର ଏହି ଦୃଶ୍ୟକୁ ଦେଖିଲେ ଆପଣ ବି ନିରବୀ ଯାଇଥିବେ…. ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଂଚଳ ଏକ ପ୍ରକାର ଦୋହଲି ଯାଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ବିସ୍ଫୋରଣ ଶବ୍ଦ ନିରବୀ ଗଲା ପରେ ଯାହା ସାମ୍ନାକୁ ଆସିଲା, ହୁଏତ ସେହି ଘଟଣା ଭାରତ ଇତିହାସରେ କେବେ ପୂର୍ବରୁ ହୋଇନଥିଲା କି ଆଗାମୀ ଦିନରେ ନହେଉ ମଧ୍ୟ । ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆର୍ପିଏଫର ଅନେକ ଯବାନ । ଏତିକିରେ ସରିନଥିଲା ନରରାକ୍ଷସଙ୍କ ଆକ୍ରମଣ । କୋହଲା ପାଗର ସୁଯୋଗ ନେଇ ପୁଣି କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼ ।

Advertisement