ଲଦାଖ ଏବଂ ଜମ୍ମୁ ଓ କଶ୍ମୀର ହେବ ଦୁଇଟି ପୃଥକ୍‌ କେନ୍ଦ୍ର ଶାସିତ ଅଞ୍ଚଳ

231
ADVERTISEMENT

ନୂଆଦିଲ୍ଲୀ ,୫/୮ଏଜେନସି : ଲଦାଖ ଏବଂ ଜମ୍ମୁ ଓ କଶ୍ମୀରକୁ ପୃଥକ୍‌ କେନ୍ଦ୍ର ଶାସିତ ଅଞ୍ଚଳ କରାଯିବା ଲାଗି ସୋମବାର ଦିନ ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅନ୍ୟ ଏକ ପ୍ରସ୍ତାବ ରଖିଛନ୍ତି । ସେ କହିଛନ୍ତି କି, କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ଚଣ୍ଡିଗଡ଼ ପରି ବିଧାନସଭା ରହିବ ନାହିଁ, କିନ୍ତୁ ଜମ୍ମୁ ଓ କଶ୍ମୀରରେ ଦିଲ୍ଲୀ ଏବଂ ପୁଡୁଚେରୀ ପରି ବିଧାନସଭା କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି । ଅମିତ ଶାହାଙ୍କ ସ୍ୱାକ୍ଷରିତ ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି, ନିଜସ୍ୱ ଆଶାଆଙ୍କାକ୍ଷା ପୂରଣ ପାଇଁ ନିମନ୍ତେ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ପାହ୍ୟା ମିଳୁ ବୋଲି ବହୁ ଦିନରୁ ଲଦାଖବାସୀଙ୍କର ଦାବି ପଡ଼ି ରହିଥିଲା । ପ୍ରସ୍ତାବରେ ଆହୁରି ଉଲ୍ଲେଖ ରହିଛି ଯେ ଜମ୍ମୁ ଓ କଶ୍ମୀର ରାଜ୍ୟରେ ସୀମାପାରି ଆତଙ୍କବାଦ ଦ୍ୱାରା ପ୍ରେରିତ ସାମ୍ପ୍ରତିକ ଅଭ୍ୟନ୍ତରୀଣ ନିରାପତ୍ତା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ଏକ ଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳ ସୃଷ୍ଟି କରାଯିବ।

Advertisement