ପୂର୍ବତନ ପ୍ରଧାନ ବିଚାରପତି ତଥା ରାଜ୍ୟସଭା ସଦସ୍ୟ ରଂଜନ ଗୋଗେଇଙ୍କୁ ମିଳିବ ‘ଜେଡ୍‌ ପ୍ଲସ୍‌’ ଭିଭିଆଇପି ସୁରକ୍ଷା

185
ADVERTISEMENT

ନୂଆଦିଲ୍ଲୀ,୨୨/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ଦେଶର ପୂର୍ବତନ ପ୍ରଧାନ ବିଚାରପତି (ସିଜେଇ) ରଂଜନ ଗୋଗେଇଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ସ୍ତରର ‘ଜେଡ୍‌ ପ୍ଲସ୍‌’ ଭିଆଇପି ସୁରକ୍ଷା ବଳୟ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୬୬ ବର୍ଷୀୟ ଗୋଗୋଇ ସମଗ୍ର ଦେଶ ଭ୍ରମଣ ସମୟରେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆପିଏଫ୍‌)ର ସଶସ୍ତ୍ର କମାଣ୍ଡୋମାନଙ୍କ ଦ୍ୱାରା ତାଙ୍କୁ ଏହ ‘ଜେଡ୍‌ ପ୍ଲସ୍‌’ ଭିଭିଆଇପି ସୁରକ୍ଷା ବଳୟ ଯୋଗାଇ ଦିଆଯିବ । ଉଲ୍ଲେଖଯୋଗ୍ୟ, ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ପଦବୀରୁ ୨୦୧୯ରେ ଅବସର ଗ୍ରହଣ କରିବା ପରେ ସରକାର ଜଷ୍ଟିସ୍‌ ଗୋଗେଇଙ୍କୁ ରାଜ୍ୟସଭାର ସଦସ୍ୟ ଭାବେ ମନୋନୀତ କରିଥିଲେ। ଗୋଗେଇ ବର୍ତ୍ତମାନ ରାଜ୍ୟସଭାର ସଦସ୍ୟ ରହିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଗୋଗୋଇଙ୍କୁ ସଂପ୍ରତି ଦିଲ୍ଲୀ ପୁଲିସର ସୁରକ୍ଷା ବଳୟ ଯୋଗାଇ ଦିଆଯାଉଥିଲା। ହେଲେ, କେନ୍ଦ୍ର ସରକାର ଆଜି ଏଥିରେ ପରିବର୍ତ୍ତନ ଆଣିଛନ୍ତି। ଆଜିଠାରୁ, ଦିଲ୍ଲୀ ପୁଲିସର ସୁରକ୍ଷା ବଳୟ ପରିବର୍ତ୍ତେ ତାଙ୍କୁ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆପିଏଫ୍‌)ର ସଶସ୍ତ୍ର କମାଣ୍ଡୋମାନଙ୍କ ଦ୍ୱାରା ତାଙ୍କୁ ଏହ ‘ଜେଡ୍‌ ପ୍ଲସ୍‌’ ଭିଭିଆଇପି ସୁରକ୍ଷା ବଳୟ ଯୋଗାଇ ଦିଆଯିବ ।

Advertisement