Sunday, September 20, 2026
ADVERTISEMENT
Home ଜାତୀୟ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରତିରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍‌ ବୈଠକ: କଶ୍ମୀରର ସ୍ଥିତି ନେଇ

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରତିରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍‌ ବୈଠକ: କଶ୍ମୀରର ସ୍ଥିତି ନେଇ

366
ADVERTISEMENT

ନୂଆଦିଲ୍ଲୀ,୫/୮ଏଜେନସି : ସୋମବାର ପୂର୍ବାହ୍ନ ୯:୩୦ରେ ରାଜଧାନୀର କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ଆରମ୍ଭ ହୋଇଛି ପ୍ରତିରକ୍ଷା ସମ୍ବନ୍ଧୀୟ ବୈଠକ। ଏହି .ବୈଠକର ନିଷ୍ପତ୍ତି ଅନୁଯାୟୀ, କଶ୍ମୀର ପ୍ରସଙ୍ଗକୁ ନେଇ ପାର୍ଲାମେଣ୍ଟର ଦୁଇ ସଦନକୁ ଅବଗତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଜି ମଧ୍ୟାହ୍ଣ ୧୨ଟାରେ ଗୃହମନ୍ତ୍ରୀ ପାର୍ଲାମେଣ୍ଟରେ ସରକାରଙ୍କ ମତ ଉପସ୍ଥାପନ କରିବେ ବୋଲି ସୂଚନା ମିଳିଛି । ଏହି ବୈଠକରେ ଜମ୍ମୁ ଓ କଶ୍ମୀର ବିଷୟରେ ଆଲୋଚନା କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଂଶ ଗ୍ରହଣ କରିଛନ୍ତି । ଧାରା ୩୫ଏ ଉଚ୍ଛେଦ ପାଇଁ ଏହି ବୈଠକରେ ଯୋଜନା କରାଯାଉଥିବା କଥା କଳ୍ପନାଜଳ୍ପନା ଚାଲିଛି। ଆଜି ପୂର୍ବାହ୍ନ ୧୦ଟାରେ ରାଜ୍ୟସଭାର ବିରୋଧୀ ନେତାମାନେ ପାର୍ଲାମେଣ୍ଟ୍‌ରେ ଥିବା ଗୁଲାମନବୀ ଆଜାଦ୍‌ଙ୍କ ଚାମ୍ବର୍‌ରେ ଏକ ବୈଠକରେ ମିଳିତ ହେଉଛନ୍ତି। ଏଥିରେ କଶ୍ମୀର ପ୍ରସଙ୍ଗ ଆଲୋଚନା କରାଯିବ।

Advertisement