Tuesday, September 8, 2026
ADVERTISEMENT
Home Uncategorized ଜଗଦଳପୁରରେ ୨୯ଟି ପଟ୍ଟା ବଣ୍ଟନ

ଜଗଦଳପୁରରେ ୨୯ଟି ପଟ୍ଟା ବଣ୍ଟନ

197
ADVERTISEMENT

କୁକୁଡାଖଣ୍ଡି,୧୭/୦୧/୨୧(ଇ.ରଞ୍ଜନ) : ଜଗଦଳପୁର ଆରଆଇ ଅଫିସ ପରିସରରେ ମୋଗାଁରେ ତହସିଲ କାଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। କୁକୁଡ଼ାଖଣ୍ଡି ତହସିଲ ଅଧିନରେ ରହିଥିବା ଜଗଦଳପୁର ମୌଜାରେ ସ୍ଥାପିତ କୃପାସିନ୍ଧୁପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଆର.ଆଇ ବନିତା ପାତ୍ରଙ୍କ ତତ୍ବାବଧାନତାରେ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି କୁକୁଡାଖଣ୍ଡି ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଯୋଗଦେଇ ୨୯ ଜଣଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ଏଥିରେ ବିଭିନ୍ନ ବିଭାଗରେ ହିତାଧିକାରୀମାନକଙ୍କ ଠାରୁ ୭୯ଟି ଆବେଦନ ଗ୍ରହଣକରାଯାଇଥିଲା। କାଯ୍ୟକ୍ରମକୁ ଅମିନ ଟି.ପ୍ରହଲ୍ଲାଦ,ଜଗନ୍ନାଥ ସେଠୀ ପରିଚାଳନା କରିଥିଲେ ଏଥିରେ ତହସିଲ କାର୍ଯ୍ୟାଳୟର ବହୁ କର୍ମକର୍ତ୍ତା ସହଯୋଗ କରିଥିଲେ ।

Advertisement