କର୍ଣ୍ଣାଟକର ଧାରଓ୍ଵାଡ଼ ନିକଟରେ ସଡ଼କ ଦୁର୍ଘଟଣା: ୧୧ ମହିଳା ମୃତ ଓ ୭ ଆହତ

164
ADVERTISEMENT

କର୍ଣ୍ଣାଟକ,୧୫/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ଶୁକ୍ରବାର ସକାଳେ କର୍ଣ୍ଣାଟକର ଧାରଓ୍ଵାଡ଼ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଅନ୍ୟୂନ ୧୧ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୭ଜଣ ଆହତ ହୋଇଛନ୍ତି। ହୁବ୍ଦାଲ୍ଲି-ଧାରଓ୍ଵାଡ଼ ବାଇପାସ୍‌ ରାସ୍ତାରେ ଏକ ଟେମ୍ପୋ ଟ୍ରାଭ୍‌ଲର୍‌ ଏବଂ ଏକ ଟିପର୍‌ ସାମ୍ନାସାମ୍ନି ଧକ୍କା ଖାଇବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୧୦ଜଣ ମହିଳା ଓ ଟିପର୍‌ ଚାଳକଙ୍କର ମୃତ୍ୟୁ ହୋଇଯାଇଛି । ଦାଓ୍ଵାଙ୍ଗେରେସ୍ଥିତ ମହିଳା କ୍ଲବ୍‌ର ଏହି ମହିଳାମାନେ ଧାରଓ୍ଵାଡ଼ ଦେଇ ଗୋଆ ଅଭିମୁଖେ ଯାତ୍ରା କରୁଥିଲେ ।ଏହି ଦୁର୍ଘଟଣାରେ ଅନ୍ୟ ୫ଜଣ ସାଙ୍ଘାତିକ ଆହତ ହୋଇଥିବା ବେଳେ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ସେମାନଙ୍କୁ ହୁବ୍‌ଲିସ୍ଥିତ ‘କିମ୍‌ସ୍‌’ ହସ୍ପିଟାଲ୍‌କୁ ପଠାଯାଇଛି । ଧାରଓ୍ଵାଡ଼ ସହର ଠାରୁ ୮ କିଲୋମିଟର୍‌ ଦୂର ଇଟ୍ଟିଗଟ୍ଟି ଛକ ନିକଟରେ ଘଟିଥିବା ଦୁର୍ଘଟଣାସ୍ଥଳରେ ଜିଲ୍ଲା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ କୃଷ୍ଣ କାନ୍ତ ଉପସ୍ଥିତ ରହି ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଦତାରଖ କରୁଛନ୍ତି। ଧାରଓ୍ଵାଡ଼ ଗ୍ରାମୀଣ ଥାନାରେ ଏକ ମାମଲା ରୁଜୁ କରାଯାଇ ଦୁର୍ଘଟଣାର ତଦନ୍ତ ଚାଲିଛି ।

Advertisement