Thursday, November 12, 2026
ADVERTISEMENT
Home ଜାତୀୟ ଏୟାର ଇଣ୍ଡିଆର ମହିଳା ପାଇଲଟ୍ ଟିମ ଇତିହାସ ରଚିବାକୁ ଯାଉଛନ୍ତି

ଏୟାର ଇଣ୍ଡିଆର ମହିଳା ପାଇଲଟ୍ ଟିମ ଇତିହାସ ରଚିବାକୁ ଯାଉଛନ୍ତି

172
ADVERTISEMENT

ନୂଆଦିଲ୍ଲୀ,୦୯/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ଏୟାର ଇଣ୍ଡିଆର ମହିଳା ପାଇଲଟ୍ ଟିମ୍ ଉଡାଣ କ୍ଷେତ୍ରରେ ଏକ ନୂଆ ଇତିହାସ ରଚିବାକୁ ଯାଉଛନ୍ତି। ଏହି ଟିମ ପୃଥିବୀର ଦୀର୍ଘତମ ବିମାନ ଉଡାଣ କ୍ଷେତ୍ର ଅର୍ଥାତ ଉତ୍ତର ମେରୁ ଉପରେ ବିମାନ ଉଡାଇବାକୁ ଯାଉଛନ୍ତି। ଏୟାର ଇଣ୍ଡିଆର ମହିଳା କ୍ୟାପଟେନ ଜୋୟା ଅଗ୍ରୱାଲ୍ ଏହି ମିସନର ନେତୃତ୍ବ ନେଉଛନ୍ତି । ମହିଳା ପାଇଲଟଙ୍କୁ ନେଇ ଗଠିତ ଏହି ଟିମ୍ ସାନ୍ ଫ୍ରାନସିସ୍କୋରୁ ବିମାନ ଉଡାଇ ଆଜି ବେଙ୍ଗାଲୁରୁରେ ପହଞ୍ଚିବେ। ଏହି ଯାତ୍ରାରେ ମହିଳା ପାଇଲଟମାନେ‌ ପାଖାପାଖି ୧୬ ହଜାର କିଲୋମିଟର ଅତିକ୍ରମ କରିବେ ବୋଲି କୁହାଯାଉଛି। ଏୟାର ଇଣ୍ଡିଆର ଜଣେ ଅଧିକାରୀଙ୍କ କହିବାନୁସାରେ, ଉତ୍ତର ମେରୁର ଏହି ରୁଟ୍‌ରେ ବିମାନ ଉଡ଼ାଇବା ପାଇଲଟ୍‌ଙ୍କ ପାଇଁ ସହଜ ହୋଇ ନ ଥାଏ ଏବଂ ଏଥିଲାଗି ଅନନ୍ୟ ଦକ୍ଷତା ଆବଶ୍ୟକ ପଡ଼ିଥାଏ। ଏୟାରଲାଇନ୍ କମ୍ପାନିଗୁଡ଼ିକ ସେମାନଙ୍କର ସବୁଠାରୁ ଭଲ ଅଭିଜ୍ଞତା ଥିବା ପାଇଲଟ୍‌ଙ୍କୁ ଏହି ରୁଟ୍‌ରେ ଉଡ଼ାଣ ପାଇଁ ଅନୁମତି ଦେଇଥାନ୍ତି। ଚଳିତ ଥର ଭାରତୀୟ ଏୟାର ଲାଇନ୍ସ କମ୍ପାନି ଏୟାର ଇଣ୍ଡିଆର ଜଣେ ମହିଳା କ୍ୟାପଟେନଙ୍କୁ ସାନ୍ ଫ୍ରାନସିସ୍କୋରୁ ବେଙ୍ଗାଲୁରୁକୁ ବିମାନ ଉଡ଼ାଇବାକୁ ଦାୟିତ୍ବ ଦେଇଛି । ଜୋୟା ଅଗ୍ରୱାଲ କହିଛନ୍ତି, ତାଙ୍କ ଉପରେ ବିଶ୍ୱାସ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏବଂ ଏୟାର ଇଣ୍ଡିଆ ତାଙ୍କୁ ଏହି ଦାୟିତ୍ୱ ଦେଇଥିବାରୁ ସେ ଗର୍ବ ଅନୁଭବ କରିଛନ୍ତି। ଏହି ରୁଟରେ ବିମାନ ଉଡାଇବାକୁ ଅନେକ ଅଭିଜ୍ଞ ପାଇଲଟ ଅପେକ୍ଷା କରିଥାଆନ୍ତି।

Advertisement