Friday, September 25, 2026
ADVERTISEMENT
Home ଜାତୀୟ ଦେଢ଼ ମାସର ଶିଶୁ ଲାଗି ‘ବସୁଦେବ’ ସାଜିଲେ ଗୁଜୁରାଟର ଏହି ପୁଲିସ ସବଇନସ୍ପେକ୍ଟର

ଦେଢ଼ ମାସର ଶିଶୁ ଲାଗି ‘ବସୁଦେବ’ ସାଜିଲେ ଗୁଜୁରାଟର ଏହି ପୁଲିସ ସବଇନସ୍ପେକ୍ଟର

305
ADVERTISEMENT

ଗୁଜୁରାଟ ,୦୨/୦୮ ଏଜେନସି : ଗତ କିଛି ଦିନ ହେବ ଗୁଜୁରାଟର ବଡୋଦରାରେ ପ୍ରବଳ ବର୍ଷା ହେବା ଫଳରେ ସେଠାରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ସେଠାରେ ଅଧିକାଂଶ ଅଞ୍ଚଳରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଏଥିଲାଗି ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ସହରରେ ଏଭଳି ଭୟାନକ ସ୍ଥିତିକୁ ଦୃଷ୍ଟିରେ ରଖି ଏନଡିଆରଏଫ୍ ଟିମ୍ ନିୟୋଜିତ କରାଯାଇଛି । ତେବେ ସହରରେ ଏଭଳି ବନ୍ୟା ସ୍ଥିତି ସମୟରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଦୃଶ୍ୟ ଆପଣଙ୍କୁ ଭଗବାନ କୃଷ୍ଣ ଓ ବସୁଦେବଙ୍କ କଥା ମନେ ପକାଇଦେବ । ଏହି ଚିତ୍ରରେ ଏକ ଦେଢ ମାସର ଶିଶୁକୁ ପ୍ଲାଷ୍ଟିକ ଝୁଡିରେ ନେଇ ଜଣେ ପୁଲିସ କର୍ମଚାରୀ ସୁରକ୍ଷିତ ଅବସ୍ଥାରେ ପହଞ୍ଚାଇବା ଲାଗି ପ୍ରୟାସ କରୁଛନ୍ତି। ବଡୋଦରା ବିଶ୍ୱାମିତ୍ରୀ ରେଲୱେ ଷ୍ଟେସନ ନିକଟରେ ଥିବା ଦେବପୁରା ସେଟଲମେଣ୍ଟରେ ରହୁଥିବା ୭୦ଟି ପରିବାର ଜଳରେ ଫସି ଯାଇଥିଲେ। ସେମାନଙ୍କ ଭିତରୁ ଜଣଙ୍କର ଏକ ଦେଢ଼ ମାସର ଶିଶୁ ଥିଲା ।

Advertisement